ବ୍ରହ୍ମପୁର:ପଦ୍ମନାଭ ସାହୁ । ନାମଟି ବେଶ ଚର୍ଚ୍ଚାରେ । କାରଣ ତାଙ୍କ କାର୍ଯ୍ୟ ହିଁ ତାଙ୍କୁ ଏହି ନାମ ଦେଇଛି । ଅସମ୍ଭବକୁ ସମ୍ଭବ କରିଛନ୍ତି ପଦ୍ମନାଭ ସାହୁ । ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଗରିବୀ ଦେଖିଥିଲେ ହେଲେ ହାରି ନଥିଲେ । ଜୀବନର ନାମ ସଘଂର୍ଷ ଓ ଏ ସଘଂର୍ଷକୁ ନେଇ ଯାତ୍ରା କରିବାକୁ ହୁଏ ବୋଲି ପ୍ରମାଣ କରି ଦେଖାଇଛନ୍ତି ବ୍ରହ୍ମପୁରର ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ ସାହୁ ( physically challenged Dance teache struggle story ) । ଖାଲି ବ୍ରହ୍ମପୁର ନୁହେଁ ସୂଦୁର ମୁମ୍ବାଇରେ ଚମକିଛନ୍ତି ପଦ୍ମନାଭ ସାହୁ । ଏ ଯାତ୍ରା ସହଜ ନଥିଲା ଘାତ ପ୍ରତିଘାତ ଦେଇ ସଫଳତା ହାସଲ କରିଥିଲେ ପଦ୍ମନାଭ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି । ଭିନ୍ନକ୍ଷମ ସତ୍ତ୍ବେ ଦୃଢ ଇଚ୍ଛାଶକ୍ତି ବଳରେ ଜଣେ ସଫଳ ନୃତ୍ୟୁଗୁରୁ ହୋଇପାରିଛନ୍ତି ପଦ୍ମନାଭ ।
ବ୍ରହ୍ମପୁର ସହରର କୁଠାରୀ ମନ୍ଦିର ସାହିର ପଦ୍ମନାଭ ସାହୁଙ୍କ ଜନ୍ମ । ମାତ୍ର ଦୁଇ ବର୍ଷ ବୟକେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କ ଦୁଇ ଗୋଡ଼ ଅକାମି ହୋଇଯାଇଥିଲା । ବହୁ କଷ୍ଟରେ ଚିକିତ୍ସା ପରେ ଡ଼ାହାଣ ଗୋଡ଼ଟି ସାମାନ୍ୟ ଭଲ ହେବାରୁ ଆଶାବାଡ଼ିକୁ ସାଥୀ କରି ଚାଲିବା ଆରମ୍ଭ କରିଥିଲେ । ପଦ୍ମନାଭଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସେତେଟା ସ୍ୱଚ୍ଛଳ ନଥିବାରୁ ସପ୍ତମ ପଢ଼ିବା ସମୟରେ ଫୁଟଫାଥରେ ଟୋପି, ରୁମାଲ ଚଷମା ବିକ୍ରି ଯାହା ରୋଜଗାର କରନ୍ତି ସେଥିରେ ନିଜର ଖର୍ଚ୍ଚ ସହ ପରିବାରକୁ ମଧ୍ୟ ସହାୟତା କରୁଥିଲେ । ଏହାପରେ ନବମ ଶ୍ରେଣୀରେ ପାଠପଢ଼ିବା ସମୟରେ ଅନେକ ଅସୁବିଧା ହେବାରୁ ପାଠ ଛାଡ଼ିଥିଲେ । ଏହାର ପୁଣି କିଛି ବର୍ଷ ପରେ ଦଶମ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ପିଲାଟି ଦିନୁ ନୃତ୍ୟକୁ କରିବା ନେଇ ଇଚ୍ଛା ଥିଲା । ଏହାକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥେଲେ । ଯାହାକୁ ନେଇ ୨୦୦୭ ମସିହାରେ ପ୍ରିନ୍ସ ଗୃପରେ ଯୋଗ ଦେଇଥିଲେ । ସେହି ସମୟରେ ଇଟିଭି ତେଲୁଗୁର ରିୟଲଟି ସୋ , ବୁଗିବୁଗି ଭଳି କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହେଇଥିଲେ । ପରେ ୨୦୦୯ରେ ପ୍ରିନ୍ସ ଡ଼୍ୟାନ୍ସ ଗୃପ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ ସୋରେ ବିଜୟ ହୋଇ ପଦ୍ମନାଭ ଉକ୍ତ ଟିମରେ ରହି ଅନେକ ସୁନାମ ଆଣିଥିଲେ । ହେଲେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ୨୦୧୨ରେ ବାଧ୍ୟ ହୋଇ ଅହମ୍ମଦାବାଦକୁ ଯାଇ ସେଠାକାର ସୁତାକଳରେ କାମ କରିଥିଲେ । ହେଲେ ତାହା ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।