ବ୍ରହ୍ନପୁର: ୩ ଦଫା ଦାବି ନେଇ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
୩ ଦଫା ଦାବି ନେଇ ଧାରଣାରେ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ - ଧାରଣାରେ ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ
୩ ଦଫା ଦାବି ନେଇ ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ଛତ୍ରପୁରସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

୩ ଦଫା ଦାବି ନେଇ ଧାରଣାରେ ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ
୩ ଦଫା ଦାବି ନେଇ ଧାରଣାରେ ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ
ଗତ ୨୫ ଫେବୃଆରୀ ୨୦୧୯ରେ ଅଫିସରେ ଆବେଦନ ପତ୍ର ଦାଖଲ କରିଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକରଣ କରି ପରିଚୟ ପତ୍ର ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା, ବିବାହ କିମ୍ବା ଆର୍ଥିକ ସହାୟତା ଆଦି ଦାବି ନେଇ ଧାରଣାରେ ବସିଥିଲେ ଶ୍ରମିକ ସଂଘର କର୍ମକର୍ତ୍ତାମାନେ । ସେପଟେ ଆନ୍ଦୋଳନକାରୀଙ୍କ ଦାବିକୁ ନେଇ ଅନ୍ୟପକ୍ଷରେ ସମସ୍ତ ହିତାଧିକାରୀଙ୍କ ଫର୍ମ ଯାଞ୍ଚ କରାଯାଇ ପଞ୍ଜୀକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ