ଓଡିଶା

odisha

ETV Bharat / state

ସ୍ମାର୍ଟ କ୍ଲାସରୁମ୍‌ରେ ମୁଖ୍ୟମନ୍ତ୍ରୀ: ସ୍କୁଲ୍‌ ବୁଲିଲେ, ଛାତ୍ରଛାତ୍ରୀଙ୍କ ସହ ବସିଲେ - ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ବସିଲେ ନବୀନ ପଟ୍ଟନାୟକ

ସ୍ମାର୍ଟ ସ୍କୁଲ୍‌ର ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଛାତ୍ରଛାତ୍ରୀଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ସ୍ମାର୍ଟ କ୍ଲାସରୁମ୍‌ରେ ମୁଖ୍ୟମନ୍ତ୍ରୀ: ସ୍କୁଲ୍‌ ବୁଲିଲେ, ଛାତ୍ରଛାତ୍ରୀଙ୍କ ସହ ବସିଲେ
ସ୍ମାର୍ଟ କ୍ଲାସରୁମ୍‌ରେ ମୁଖ୍ୟମନ୍ତ୍ରୀ: ସ୍କୁଲ୍‌ ବୁଲିଲେ, ଛାତ୍ରଛାତ୍ରୀଙ୍କ ସହ ବସିଲେ

By

Published : Dec 12, 2021, 6:16 PM IST

ବ୍ରହ୍ମପୁର: ସ୍ମାର୍ଟ ସ୍କୁଲ୍‌ର ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଛାତ୍ରଛାତ୍ରୀଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ସେ ନିଜ ନିର୍ବାଚନ ମଣ୍ଡଳୀହିଞ୍ଜିଳିକାଟୁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ୫ଟି ଅଭିଯାନରେ ରୂପାନ୍ତରିତ ସ୍କୁଲ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ବୁଲି ଦେଖିଥିଲେ ।

ସ୍ମାର୍ଟ କ୍ଲାସରୁମ୍‌ରେ ମୁଖ୍ୟମନ୍ତ୍ରୀ: ସ୍କୁଲ୍‌ ବୁଲିଲେ, ଛାତ୍ରଛାତ୍ରୀଙ୍କ ସହ ବସିଲେ

ସେଠାରେ ଇ-ଲାଇବ୍ରେରୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହ ସ୍ମାର୍ଟକ୍ଳାସରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବସି ସମୟ ବିତାଇଥିଲେ । ଖାଲି ସେତିକି ନୁହେଁ ସ୍କୁଲ୍‌ ଭିଜିଟର୍ସ ବୁକ୍‌ରେ ମୁଖ୍ୟମନ୍ତ୍ରୀ ନିଜ ନାମ ଲେଖାଇଥିଲେ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୫୩ ସ୍କୁଲ୍‌ର ୫ଟି ଅଭିଯାନରେ ସ୍ମାର୍ଟସ୍କୁଲ୍‌ରେ ରୂପାନ୍ତରିତ ହୋଇଛି ।

ସ୍ମାର୍ଟ କ୍ଲାସରୁମ୍‌ରେ ମୁଖ୍ୟମନ୍ତ୍ରୀ: ସ୍କୁଲ୍‌ ବୁଲିଲେ, ଛାତ୍ରଛାତ୍ରୀଙ୍କ ସହ ବସିଲେ

ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଦର୍ଶନ ବସ୍‌ର ଶୁଭାରମ୍ଭ କରିବା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନବନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । କିଛି ମାସର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଗସ୍ତ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details