ଓଡିଶା

odisha

ETV Bharat / state

ପାକିସ୍ତାନ ସୁନ୍ଦରୀ ଫାଶରେ ଓଡିଆ ଯବାନ, ପରିବାର ସ୍ତବ୍ଧ

ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଗିରଫ ହୋଇଛନ୍ତି ଓଡିଆ ଯବାନ ବିଚିତ୍ର । ସେ ଗତ କିଛି ମାସ ଧରି ଶତ୍ରୁପକ୍ଷ ପାକିସ୍ତାନର ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Nov 8, 2019, 10:49 PM IST

ବ୍ରହ୍ମପୁର: ପାକିସ୍ତାନର ଆଇଏସଆଇ ମହିଳା ଏଜେଣ୍ଟକୁ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ଘଟଣାରେ ଗିରଫ ହୋଇଛନ୍ତି ଜଣେ ଓଡିଆ ଯବାନ । ମଙ୍ଗଳବାର ରାଜସ୍ଥାନର ଜୟପୁରରୁ ଓଡିଆ ଯବାନ ବିଚିତ୍ର ବେହେରାଙ୍କୁ ଗିରଫ କରିଥିଲା ପୋଲିସ । ବିଚିତ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ସବୁଠି ଜୋର ଧରିଛି ଚର୍ଚ୍ଚା ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ଆଙ୍କରଡା ଗ୍ରାମର ଓଡ଼ିଆ ଯବାନ ବିଚିତ୍ର ବେହେରା । ଗତ ଚାରି ବର୍ଷ ତଳେ ସେନାରେ ନିଯୁକ୍ତି ପାଇଥିଲେ ସେ । ତେବେ ବିଚିତ୍ର ଗତ କିଛି ମାସ ଧରି ଶତ୍ରୁପକ୍ଷ ପାକିସ୍ତାନର ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କୁ ସୋସିଆଲ ମିଡିଆରେ ସାମରିକ ବାହିନୀର ଗୋପନୀୟ ତଥ୍ୟ ଦେଇଥିବା ସନ୍ଦେହ କରାଯାଉଛି । ଯାହାକୁ ଭିତ୍ତି କରି ରାଜସ୍ଥାନ ପୋଲିସର ସିଆଇଡି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ସହ ତନାଘନା ଜାରି ରଖିଛି । ଏଥିସହିତ ବିଚିତ୍ର ପୋଖରାନ୍‌ର ସେନା ଶିବିର ଏବଂ ସୀମା ସଂକ୍ରାନ୍ତୀୟ ତଥ୍ୟ ଦେଇଥିବା ଆଶଙ୍କା କରୁଛି ପୋଲିସ ।

ସେପଟେ ପୁଅ ନାଁରେ ଏଭଳି ଅଭିଯୋଗ ଶୁଣିବା ସହ ଗିରଫ ହେବା ଘଟଣାକୁ ନେଇ ଚିନ୍ତାରେ ପରିବାରବର୍ଗ । କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହାକୁ ନେଇ କେହି କିଛି ଜାଣିନଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details