ଭୁବନେଶ୍ବର:ଗୁଜୁରାଟର ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗ (Ganjam girl killed after rape in Surat) । ଏକ ବନ୍ଦ କୋଠରୀରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ପାଖ ପଡୋଶୀ ବୋଲି ଜଣାପଡ଼ିଥିବା ବେଳେ ପ୍ରବାସୀ ଓଡ଼ିଆମାନେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ରାସ୍ତାରୋକ କରିଛନ୍ତି (Odia diasporas protest in Surat) । ପୀଡ଼ିତା ଜଣକ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି । ପୀଡ଼ିତା ଜଣକ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।
ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ଅଭିଯୁକ୍ତ ଜଣଙ୍କ ପଡୋଶୀ ମୁକେଶ ପ୍ରଜାପତି ବୋଲି ଜଣାପଡିଛି । ମୁକେଶ ପ୍ରଜାପତି ଜଣେ ପେଶାଦାର ଅପରାଧୀ । ଗଞ୍ଜାମ ଜିଲ୍ଲାଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳର ଏକ ପରିବାର ସୁରତ କତାର ଗାଁ ତିରୁପତି ସୋସାଇଟିରେ ରହୁଥିଲେ । ବାପା ମା' ଓ ୪ ଝିଅଙ୍କୁ ନେଇ ପୁରା ପରିବାର । ସବୁଦିନ ପରି ସେଦିନ ବାପା କାରଖାନାକୁ କାମ କରିବାକୁ ଚାଲିଗଲେ । ଫେରିବା ପରେ ୭ବର୍ଷ ଝିଅକୁ ଖୋଜିଥିଲେ । ହେଲେ ତାର କୌଣସି ପତ୍ତା ମିଳିନଥିଲା । ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।