ଓଡିଶା

odisha

By

Published : Jan 8, 2022, 7:31 PM IST

ETV Bharat / state

Spider-Man: No Way Homeରେ ଓଡ଼ିଆ ଝିଅ ସିଲଭିଆ, ସେଟ୍ ଡିଜାଇନ କରି ସାଉଁଟିଲେ ପ୍ରଶଂସା

ହଲିଉଡ଼ ଚଳଚ୍ଚିତ୍ରରେ କମାଲ ଦେଖାଇଛନ୍ତି ଓଡ଼ିଆ ଝିଅ । ସେ Spider-Man: No Way Home ଚଳଚ୍ଚିତ୍ରର ସେଟ ଡିଜାଇନ କରି ଚହଳ ସୃଷ୍ଟି କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ହଲିଉଡ଼ ଚଳଚ୍ଚିତ୍ର Spider-Man: No Way Homeରେ ଓଡ଼ିଆ ଝିଅ ସିଲଭିଆ
ହଲିଉଡ଼ ଚଳଚ୍ଚିତ୍ର Spider-Man: No Way Homeରେ ଓଡ଼ିଆ ଝିଅ ସିଲଭିଆ

ବ୍ରହ୍ମପୁର: ହଲିଉଡ଼ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ । ସ୍ପାଇଡର ମ୍ୟାନ ନୋ ଓ୍ବେର ହଲିଉଡ ଚଳଚ୍ଚିତ୍ରର ସେଟ ଡିଜାଇନ କରି ଚହଳ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଓଡ଼ିଆ ଝିଅ ସିଲଭିଆ ମହାପାତ୍ର। ଯାହାକି ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି ।

ହଲିଉଡ଼ ଚଳଚ୍ଚିତ୍ର Spider-Man: No Way Homeରେ ଓଡ଼ିଆ ଝିଅ ସିଲଭିଆ

ଖଲ୍ଲିକୋଟ କରଣ ସାହିର ନିବାସୀ ପ୍ରଫେସର ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠ କନ୍ୟା ସିଲଭିଆ ମହାପାତ୍ର । ଗତ ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିବା ମେଗା ସିନେମା ସ୍ପାଇଡର ମ୍ୟାନ ନୋ ଓ୍ବେ ହୋମ ବକ୍ସ ଅଫିସରେ ଧମାକା ଦେଖାଇଛି । ଯାହାକି ପ୍ରଥମ ୧୦ ଦିନରେ ୭୫୦୦ କୋଟି ଟଙ୍କାର ବ୍ୟବସାୟ କରିବାରେ ସକ୍ଷମ ହୋଇଥିଲା । ଭାରତରେ ଏହି ସମୟରେ ୧୬୫ କୋଟିର ବ୍ୟବସାୟ କରିଛି। ଏହି ସିନେମାର ସେଟ ଡିଜାଇନର ସିଲଭିଆ ସିନେପ୍ରେମୀ ଓ ଦର୍ଶକଙ୍କ ମନ ମୋହିଛନ୍ତି । ସିଲଭିଆଙ୍କ ବାପା ଅଜିତ ମହାପାତ୍ର ଓ ମାଆ ନଳିନୀ ପଟ୍ଟନାୟକ ଆମେରିକାର ଜର୍ଜିଆ ବିଶ୍ବ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି ।

ହଲିଉଡ଼ ଚଳଚ୍ଚିତ୍ର Spider-Man: No Way Homeରେ ଓଡ଼ିଆ ଝିଅ ସିଲଭିଆ

ଜାମିଆ, ବୋଷ୍ଟନ ଓ ଆମେରିକାର ଆଟଲାଣ୍ଟ ସ୍ଥିତ ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରେ ସିଲଭିଆ ଶିକ୍ଷା ଲାଭ କରିଛନ୍ତି । ସେ ଆହୁରି କିଛି ହଲିଉଡ଼ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ କାମ କରି ବହୁତ ଖୁସି ରହିଥିବା ବେଳେ ଆଗାମୀ ଦିନରେ ହଲିଉଡ, ବଲିଉଡ଼ ଓ ଓଲିଉଡ଼ରେ ସୁଯୋଗ ମିଳିଲେ କାମ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details