ଓଡିଶା

odisha

ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରମୋସନ ପାଇଁ ବ୍ରହ୍ମପୁରରେ ସବ୍ୟସାଚୀ, ଏମିତି ହେଲା ସ୍ୱାଗତ

By ETV Bharat Odisha Team

Published : Sep 24, 2023, 12:31 PM IST

ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରମୋସନ ପାଇଁ ବ୍ରହ୍ମପୁରରେ ଅଭିନେତା ସବ୍ୟସାଚୀ ମିଶ୍ର । ସହ ପ୍ରୋକ୍ଷାଳୟରେ ବସି ଦର୍ଶକଙ୍କ ସହିତ ଚଳଚ୍ଚିତ୍ର ଦେଖିଥିଲେ ସବ୍ୟସାଚୀ । ଅଧିକ ପଢ଼ନ୍ତୁ

Etv Bharatଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରମୋସନ ପାଇଁ ବ୍ରହ୍ମପୁରରେ ଅଭିନେତା ସବ୍ୟସାଚୀ ମିଶ୍ର
ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରମୋସନ ପାଇଁ ବ୍ରହ୍ମପୁରରେ ଅଭିନେତା ସବ୍ୟସାଚୀ ମିଶ୍ର

ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରମୋସନ ପାଇଁ ବ୍ରହ୍ମପୁରରେ ଅଭିନେତା ସବ୍ୟସାଚୀ ମିଶ୍ର

ବ୍ରହ୍ମପୁର: ଓଡ଼ିଆ ଚଳଚିତ୍ର ପୁଷ୍କରାର ପ୍ରମୋସନ୍ ପାଇଁ ବ୍ରହ୍ମପୁରରେ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ନୂତନ ଚଳଚ୍ଚିତ୍ର ଦେଖିବା ପାଇଁ ଏହାର ଫିଲ୍ମର ନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସବ୍ୟସଚୀ ରେଶମ ସହରରେ ପ୍ରୋକ୍ଷାଳୟରେ ପହଞ୍ଚିଥିଲେ । ସବ୍ୟସଚୀଙ୍କୁ ଦେଖି ବେଶ ଉତ୍ସାହିତ ହୋଇ ପଡ଼ିଥିଲେ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ । ବ୍ରହ୍ମପୁରରେ ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରାର ପ୍ରିମିୟର ସୋରେ ପ୍ରମୋସନ୍ ପାଇଁ ପହଞ୍ଚିବା ସହ ପ୍ରୋକ୍ଷାଳୟରେ ବସି ଦର୍ଶକଙ୍କ ସହିତ ଚଳଚ୍ଚିତ୍ର ଦେଖିଥିଲେ ସବ୍ୟସାଚୀ । ଅନେକ ଫିଲ୍ମରେ ପୂର୍ବରୁ ଅଭିନୟ କରିଥିବା ସବ୍ଯସାଚୀଙ୍କ ବ୍ରହ୍ମପୁରରେ ବେଶ ସମର୍ଥକ ରହିଥିବା ବେଳେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ଫ୍ୟାନ୍ସ ।

ତେବେ ପୁଷ୍କରା ଫିଲ୍ମ ସହ ଦୀର୍ଘ 2 ବର୍ଷ ପରେ ଅଭିନେତା ସବ୍ୟସାଚୀ ମିଶ୍ର ବଡ଼ ପରଦାକୁ ଫେରିଛନ୍ତି । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ହଜି ଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଛି । ଏଥିରେ ପୁରୀର ଜାଗାଘର ସାହିଯାତ ଓ ଡଙ୍ଗା ଭସା ଭଳି ଅନେକ ପରମ୍ପରା ଦେଖାଯାଇଥିବା ବେଳେ ପୁରୀରେ କାହାଣୀର ଅନେକ ସିନ୍ ସୁଟ ହୋଇଛି ।

ଏହା ମଧ୍ଯ ପଢନ୍ତୁ..ଆସୁଛି ସବ୍ୟସାଚୀଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍କରା, ଫାଷ୍ଟଲୁକ୍‌ ରିଲିଜ

ସିନେମାକୁ ନେଇ ପ୍ରତିକିୟା ଦେଇ ସବ୍ୟସାଚୀ କହିଛନ୍ତି ଯେ, ଏହି ସିନେମା ସମ୍ପୂର୍ଣ୍ଣ ନିଆରା ଯେଉଁଥିରେ ଇତିହାସ ଲୁଚିକି ରହିଛି । ମଶାଣିରେ ରହୁଥିବା ଏକ ଭିନ୍ନ ଚରିତ୍ର ଯିଏ ମୃତବ୍ୟକ୍ତିର ଘରେ ପୁଷ୍କରା ଲାଗିଲେ ବ୍ରାହ୍ମଣଙ୍କ ସାଥିରେ ଘରକୁ ଯାଏ । ତେବେ କ'ଣ ଏହି ପରମ୍ପରା ଏଥିରେ କେତେ ସତ୍ୟତା ଅଛି ତାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ପୁଷ୍କରା ଓଡ଼ିଆ ଚଳଚିତ୍ରକୁ ନିର୍ମାଣ କରିବା ପାଇଁ ପାଖାପାଖି ୩ ବର୍ଷ ଲାଗିଥିଲା । ଫିଲ୍ମର ଅଧିକାଂଶ ପୁରୀ, କଟକ ଏବଂ ଭୁବନେଶ୍ୱରରେ ସୁଟିଂ ହୋଇଛି । ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଅଭିନୟ କରୁଥିବା ବେଳେ ବିପକ୍ଷରେ ନଜର ଆସିଛନ୍ତି ସୁପ୍ରିୟା ନାୟକ । ଏହି ଅବସରରେ ବ୍ରହ୍ମପୁର ସହରକୁ ଫିଲ୍ମ ପ୍ରମୋସନ ପାଇଁ ଆସିଥିବା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ।

ଏହା ମଧ୍ଯ ପଢନ୍ତୁ..ଓଡିଆ ଚଳଚିତ୍ର ପୁଷ୍କରା ଟ୍ରେଲର ରିଲିଜ, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ


ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details