ଓଡିଶା

odisha

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା

By

Published : Jan 5, 2021, 10:46 AM IST

କୋରୋନା ସମୟରେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ ନର୍ସମାନଙ୍କୁ ଚାକିରୀରୁ ଛଟେଇକୁ ବିରୋଧ କରି ଧାରଣ ଦେଇଛନ୍ତି ନର୍ସ ୟୁନିୟନ । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା
ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା

ବ୍ରହ୍ମପୁର:କୋରୋନା ହେଉ କି ବନ୍ୟା ବାତ୍ୟା ସବୁ ସମୟରେ ନିସ୍ବାର୍ଥପର ଭାବରେ ରୋଗୀଙ୍କ ସେବା କରି ଆସିଛନ୍ତି ନର୍ସ । କୋରାେନା ମହାମାରୀ ସମୟରେ ଯୋଦ୍ଧା ଭାବରେ ରୋଗୀ ସେବା କରିଆସିଛନ୍ତି ନର୍ସ । ହେଲେ ନା ସେମାନଙ୍କୁ ମିଳିଛି କୋରୋନା ଯୋଦ୍ଧାର ମାନ୍ୟତା ନାଁ ମିଳିଛି ସ୍ଥାୟୀ ନିଯୁକ୍ତି । ଏହାର ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବ୍ରହ୍ମପୁର ସ୍ଥିତ ଏମ୍.କେ.ସି.ଜି ମେଡିକାଲର ନର୍ସ ।

ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସଙ୍କ ଧାରଣା

କୋରୋନା ସମୟରେ ଏମ୍.କେ.ସି.ଜି ମେଡିକାଲରେ ଅନେକ ନର୍ସଙ୍କୁ ନିଯୁକ୍ତି ମିଳିଥିଲା । ଜିଲ୍ଲାରେ କୋଭିଡ ସଂଙ୍କ୍ରମଣ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ଚିକିତ୍ସା କରିବା ପାଇଁ ନିଯୁକ୍ତି ପାଇଥିବା ନର୍ସମାନଙ୍କୁ ଇତି ମଧ୍ୟରେ ଏମ୍.କେ.ସି.ଜି କୋଭିଡ ହସ୍ପିଟାଲରୁ ୭୫ପ୍ରତିଶତ ନର୍ସଙ୍କୁ ଚାକିରୀରୁ ଛଟେଇ କରାଯାଇ ମାତ୍ର ୨୫ ପ୍ରତିଶତଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟରତ ନର୍ସଙ୍କ ମଧ୍ୟରୁ ମାତ୍ର ୫୭ ଜଣ ରହିଥିବା ବେଳେ ୧୭୧ ଜଣଙ୍କୁ ଚାକିରୀରୁ ଛଟେଇ କରାଯିବାକୁ ସେମାନେ ବିରୋଧ କରି ପୁନଃନିଯୁକ୍ତି ସହିତ ସ୍ଥାୟୀ ନିଯୁକ୍ତି ଦାବି କରିଛି ନର୍ସ ୟୁନିୟନ ।

ଏ ନେଇ ଜିଲ୍ଲାପ୍ରଶାସନ ଏବଂ ମେଡିକାଲ କର୍ତ୍ତୁପକ୍ଷଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସ ସଂଘଟନ । ଏ ନେଇ ମେଡିକାଲ ପରିସରରେ ଗତ କିଛି ଦିନ ଧରି କ୍ରମାଗତ ଆନ୍ଦୋଳନ କରି କୌଣସି ସୁଫଳ ନମିଳିବା ପରେ ଶେଷରେ ଏକ ଶୋଭାଯାତ୍ରାରେ ମେଡିକାଲ ପରିସରରେ ପରିକ୍ରମା କରିବା ସହିତ ଜିଲ୍ଲାପ୍ରଶାସନକୁ ସାକ୍ଷାତ କରିଛନ୍ତି । ସରକାରଙ୍କ ପକ୍ଷରୁ ବିନା ଅନୁମତିରେ ଏହି ନର୍ସମାନଙ୍କୁ ନୂତନ ବର୍ଷରେ ଛଟେଇ କରାଯାଇଥିବାରୁ ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ନର୍ସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details