ଭଞ୍ଜନଗର: ବିକାଶର ଅପହଞ୍ଚ ଦୂରରେ ଥିବା ଗ୍ରାମବାସୀଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଛି । ତେଣୁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର ଶହ ଶହ ଆଦିବାସୀ । ଯେ ପର୍ଯ୍ୟନ୍ତ ସେମାନଙ୍କ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ, ସେମାନେ ଭୋଟ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ବିକାଶ ନାହିଁ ତ ଭୋଟ ନାହିଁ
ମୌଳିକ ସୁବିଧା ଯୋଗାଇ ଦିଆଯାଇ ନାହିଁ, ସେମାନେ ଭୋଟ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ,ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର ଶହ ଶହ ଆଦିବାସୀ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ଖବରମୁତାବକ, ପାଣ୍ଡିରିପଡା ପଞ୍ଚାୟତର 7ଖଣ୍ଡ ଗାଁର 700 ଆଦିବାସୀ ଶନିବାର ଦିନ ଏକତ୍ରିତ ହୋଇ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି ଯେ, ସେମାନଙ୍କର ଅଞ୍ଚଳରେ କୌଣସି ମୌଳିକ ସୁବିଧା ମିଳିନାହିଁ । ନିର୍ବାଚନ ସମୟରେ ନେତାମାନେ ଆସି ପ୍ରତିଥର ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ଏଯାଏଁ ସେମାନଙ୍କୁ କୌଣସି ସୁବିଧା ମିଳିନାହିଁ । ତେଣୁ ଚଳିତ ବର୍ଷ ସେମାନଙ୍କର ମନରେ ଥିବା କ୍ଷୋଭ ଭୋଟ ବର୍ଜନ ମାଧ୍ୟମରେ ଦେଖାଇବେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ