ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରହ୍ମଣଛାଇ ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ ଏକ ଆମ୍ବଗଛ ନିକଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ଭୋର ସମୟରେ ଉକ୍ତ ଗ୍ରାମର କିଛି ମହିଳା ନିକଟସ୍ଥ ପୋଖରୀକୁ ସ୍ନାନ କରିବା ପାଇଁ ଯାଇଥିଲେ । ସେହି ସମୟରେ ଏକ ଗଛମୂଳରୁ ଶିଶୁପୁତ୍ରଟିର କାନ୍ଦ ଶୁଣି ମହିଳା ମାନେ ଗଛ ନିକଟକୁ ଯାଇଥିଲେ । ସେଠାରେ ଏକ ନବଜାତ ଶିଶୁପୁତ୍ରକୁ ଦେଖିବାକୁ ପାଇଥିଲେ ।
ନବଜାତ ଶିଶୁପୁତ୍ର ଉଦ୍ଧାର, ଚିକିତ୍ସା ପରେ ଚାଇଲ୍ଡଲାଇନକୁ ହସ୍ତାନ୍ତର - Newborn baby boy in bramhapur
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରହ୍ମଣଛାଇ ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ ଏକ ଆମ୍ବଗଛ ନିକଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...
ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ପରେ ଚାଇଲଡ଼ ଲାଇନକୁ ହସ୍ତାନ୍ତର
ଏହା ପରେ ଉକ୍ତଗ୍ରାମର ଜୈନିକ ମହିଳା ଉକ୍ତ ଶିଶୁକୁ ଉଦ୍ଧାର କରି ନିଜ ପାଖରେ ରଖିଥିଲେ । ଖବର ପାଇ ବ୍ରହ୍ମପୁରର ଚାଇଲ୍ଡଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମହିଳାଙ୍କ ଠାରୁ ସେହି ଶିଶୁଟିକୁ ନେଇ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ବ୍ରହ୍ମପୁର ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ