ଓଡିଶା

odisha

ETV Bharat / state

ବର୍ଷେ ହେଲା ଉଦଘାଟନ ସରିଛି, କାର୍ଯ୍ୟକ୍ଷମ ହୋଇପାରୁନି ନୂତନ ପରିବହନ କାର୍ଯ୍ୟାଳୟ - କାର୍ଯ୍ୟକ୍ଷମ ହେଉନି ଭଞ୍ଜନଗରର ନୂତନ ପରିବହନ କାର୍ଯ୍ୟାଳୟ

ଉଦଘାଟନର ବର୍ଷେ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ପ୍ରଶାସନର ଅବହେଳା ଯୋଗୁଁ ଭୂତକୋଠି ପାଲଟିଲାଣି ନୂତନ କୋଠା । ଅଧିକ ପଢ଼ନ୍ତୁ

new rto building not yet to start after inauguration in bhanjanagar
ବର୍ଷେ ହେଲା ଉଦଘାଟନ ସରିଛି, କାର୍ଯ୍ୟକ୍ଷମ ହେଉନି ନୂତନ ପରିବହନ କାର୍ଯ୍ୟାଳୟ

By

Published : Jul 24, 2022, 2:02 PM IST

ଭଞ୍ଜନଗର: ଭୂତକୋଠି ପାଲଟିଲାଣି ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ଉଦଘାଟନର ବର୍ଷେ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ । କୋଟି କୋଟି ବ୍ୟୟ ଅଟକଳରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ସରକାରୀ କୋଠା ବନ୍ଦ ପଡିଥିବା ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

କାର୍ଯ୍ୟକ୍ଷମ ହେଉନି ନୂତନ ପରିବହନ କାର୍ଯ୍ୟାଳୟ

ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଉଦଘାଟନର ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ନହୋଇ ପୁରୁଣା କୋଠାରେ କାର୍ଯ୍ୟାଳୟ ଚାଲୁଛି। ଆବଶ୍ୟକ ଭିତ୍ତିଭୂମୀ ନଥିବା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପୁରୁଣା କାର୍ଯ୍ୟାଳୟରେ ଲୋକଙ୍କ ବସିବାକୁ ଜାଗା ନଥିବା ବେଳେ ଗାଡ଼ି ପାର୍କିଂର ମଧ୍ୟ ସୁବିଧା ନାହିଁ । ଏପରିକି ଡ୍ରାଇଭିଙ୍ଗ ଟେଷ୍ଟ ପାଇଁ ଦୂରକୁ ଯିବାକୁ ପଡୁଛି ।

ତେଣୁ ତୁରନ୍ତ ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ପୁରୁଣା ପରିବହନ କାର୍ଯ୍ୟାଳୟରେ ଅସୁବିଧା ଥିବା କଥାକୁ ସ୍ୱୀକାର କରିଛନ୍ତି ଆରଟିଓ ଅଧିକାରୀ । ସେ କହିଛନ୍ତି "ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିର୍ମାଣ ସରିଛି ଏବଂ ଉଦଘାଟନ ମଧ୍ୟ ସରିଛି କିନ୍ତୁ ସେଠାରେ ଅନେକ କାମ ବାକି ରହିଛି । ଉପରସ୍ତ ଅଧିକାରୀଙ୍କୁ ଜଣାଇଛୁ ସେସବୁ କାମ ସରିବା ପରେ ଅତିଶୀଘ୍ର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଯିବ ଏବଂ ଲୋକମାନେ ଗୋଟିଏ ସ୍ଥାନରେ ସବୁ ସୁବିଧା ପାଇପାରିବେ" ବୋଲି ଆରଟିଓ ଅଧିକାରୀ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ଭଞ୍ଜନଗର

For All Latest Updates

TAGGED:

ABOUT THE AUTHOR

...view details