ଭଞ୍ଜନଗର: ପୁଣି ଅଲୋଡା ହେଲା ଶିଶୁ । ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବଡଦାଣ୍ଡ ସାହିରେ । ଆଜି(ଶୁକ୍ରବାର) ଧରାକୋଟ ବଡଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ବାରିପଟ ଅଳିଆ ଗଦାରେ ଏକ ନବଜାତ ଶିଶୁପୁତ୍ର କିଏ ଫୋପାଡି ଦେଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ ।
ଅଲୋଡା ଶିଶୁ, ଅଳିଆଗଦାରୁ ନବଜାତକ ଉଦ୍ଧାର - ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ପୁଣି ଅଲୋଡା ହେଲା ଶିଶୁ । ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ଧରାକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ
ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଅଳିଆଗଦାରୁ ଶିଶୁରୁ ଉଦ୍ଧାର କରି ଧରାକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା କହିଥିବା ବେଳେ କିଏ ଏବଂ କାହିଁକି ନବଜାତ ଶିଶୁକୁ ଅଳିଆ ଗଦାରେ ପକାଇଲା ତାହା ଏବେ ବଡପ୍ରଶ୍ନବାଚୀ ସୃଷ୍ଟି କରିଛି l ଅବୈଧ ସମ୍ପର୍କରୁ ଏହି ଶିଶୁପୁତ୍ର ଜନ୍ମିତ ହୋଇଥିବାରୁ ଅଳିଆ ଗଦାରେ ପକାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି l ଖବରପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ଇଟିଭି ଭାରତ, ଭଞ୍ଜନଗର