ଓଡିଶା

odisha

ବିଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ତଦନ୍ତ ଜାରି

By

Published : Dec 17, 2019, 1:29 PM IST

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗାଁର ଏକ ବିଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ।

sisukanya udhara
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗାଁର ବିଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଜଣେ ମହିଳା ଛାତ ଉପରେ ଥିବାବେଳେ ବାରିପଟ ବିଲରୁ ଶିଶୁଟିର କାନ୍ଦିବାର ଶୁଣିବାକୁ ପାଇଥିଲେ । ସେଠାରୁ ନବଜାତକୁ ଉଦ୍ଧାର କରି ଆଶା ଦିଦିଙ୍କ ସହାୟତାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନେଇ ତାର ଚିକିତ୍ସା କରାଇଥିଲେ ।

ତେବେ ଶିଶୁ କନ୍ୟାଟି କାହାର ଓ କେଉଁ ପରିସ୍ଥିତିରେ ବିଲକୁ ଆସିଲା ତାହା ଜଣା ପଡ଼ିନାହିଁ । ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଶିଶୁ କନ୍ୟାଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details