ଓଡିଶା

odisha

ETV Bharat / state

ପ୍ରକୃତି ବନ୍ଧୁ ପର୍ଶୁରାମ, ବୃଦ୍ଧ ବୟସରେ ଜାରି ରଖିଛନ୍ତି ବୃକ୍ଷରୋପଣ - ବୃଦ୍ଧ ବୟସରେ

ଆଖ ପାଖ ଅଞ୍ଚଳରେ ପରିଚିତ ନାମ । ସଭିଁଙ୍କ ମୁହଁରେ ତାଙ୍କ ପ୍ରଶଂସା । ତାଙ୍କ ନିକଟରେ ଶେଷରେ ହାର ମାନିଛି ସମୟ । ସେନାରୁ ଅବସର ନେବା ପରେ ଗଛ ଲଗାଇବା ପାଲଟିଛି ପର୍ଶୁରାମ ପ୍ରଧାନଙ୍କ ଅଭ୍ୟାସଗତ କାର୍ଯ୍ୟ । ଯେଉଁଥିପାଇଁ ପରିବେଶର ବନ୍ଧୁ ପାଲଟଚିଛନ୍ତି ପର୍ଶୁରାମ ।

ଡ଼ିଜାଇନ୍ ଫଟୋ

By

Published : Nov 3, 2019, 3:53 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କେପିଟି ଗ୍ରାମରେ ରହୁଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ପ୍ରଧାନ । ଗତ 16 ବର୍ଷହେଲା ଅନବରତ ଭାବେ ଲଗେଇ ଚାଲିଛନ୍ତି ଗଛ । ନାଗାଲାଣ୍ଡରେ ଆର୍ମି ପୋଲିସ ଭାବେ କାର୍ଯ୍ୟ ସମ୍ପାଦନ କରି 2003 ମସିହାରେ ଅବସର ନେଇଥିଲେ ପର୍ଶୁରାମ । ପରେ ନିଜ ଜନ୍ମ ମାଟି କେପିଟି ଆସିବା ପରେ ବୃକ୍ଷରୋପଣ କାର୍ଯ୍ୟରେ ଲାଗିପଡିଛନ୍ତି ।

ପ୍ରକୃତି ବନ୍ଧୁ ପର୍ଶୁରାମ, ବୃଦ୍ଧ ବୟସରେ ଜାରି ରଖିଛନ୍ତି ବୃକ୍ଷରୋପଣ

ଏହାରି ମଧ୍ୟରେ ହଜାର ସଂଖ୍ୟାରେ ଗଛ ଲଗାଇ ସାରିଲେଣି । ଲଗାଇଥିବା ଅନେକ ଗଛ ଏବେ ଯୁବା ଅବସ୍ଥାରେ ପଦାର୍ପଣ କରିଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ ଦିନ ନିଜର ନିତ୍ୟକର୍ମ ସାରି କିଛି ଚାରା ଧରି ଜଙ୍ଗଲ ମଧ୍ୟକୁ ବାହାରି ପଡନ୍ତି ପର୍ଶୁରାମ । ଯେଉଁଠି ଖାଲିଯାଗା ଦେଖିବେ ସେଠି ଗଛଟିଏ ଲଗାଇ ଦିଅନ୍ତି । ତା ସହିତ ପ୍ରତ୍ୟକ ଦିନ ସେ ଗଛଟିର ଯତ୍ନ ମଧ୍ୟ ନେଇଥାନ୍ତି । ଖରା ହେଉ ଅବା ବର୍ଷା କି ସିତ । ସବୁବେଳେ ଗଛ ଗୁଡିକ ର ଯତ୍ନ ନେଇଥାନ୍ତି । ରାସ୍ତା ପାର୍ଶ୍ବରେ ମଧ୍ୟ ଆମ୍ବ ଗଛ ଭଳି ଅନେକ ବଡଗଛ ମଧ୍ୟ ଲଗାଇଛନ୍ତି ଯାହାକି ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁଛି ।

ପର୍ଶୁରାମଙ୍କ ଏଭଳି ନିଶ୍ବାର୍ଥପର କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଥିବାବେଳେ ଗେରେଡା ବନପାଳ ମଧ୍ୟ ଶତ ପ୍ରଶଂସା କରିଛନ୍ତି । କେବଳ ପର୍ଶୁରାମ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟରେ ତାଙ୍କୁ ସାହାର୍ଯ୍ୟ କରନ୍ତି । ସମସ୍ତେ ଯଦି ଗଛ ଲଗାଇବା ଆଉ ତାହାର ଯତ୍ନ ନେବା ଆମେ ସୁସ୍ଥ ରହିବା ସହିତ ପରିବେଶ ମଧ୍ୟ ସୁସ୍ଥ ରହିବ ବୋଲି ପର୍ଶୁରାମ କହିଛନ୍ତି । ସେ ଆହୁରି କହିଛନ୍ତି, ଆମକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବା ସହିତ ବନ୍ୟ ଜନ୍ତୁଙ୍କୁ ଆହାର ମିଳିଯିବ । ଆଉ ସେମାନେ ଗ୍ରାମଭିମୁଖୀ ହେବେନାହିଁ ବୋଲି କହିଛନ୍ତି । ଜଙ୍ଗଲ ମଧ୍ୟରେ ଏଯାବତ୍ ବର୍ତ୍ତମାନ 1600 ଗଛ ଲଗାଇ ସାରିଥିବାବେଳେ ନିଜସ୍ୱ ଜମିରେ ମଧ୍ୟ ଗଛ ଲଗାଇଛନ୍ତି । ସେହିପରି ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ପର୍ଶୁରାମ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details