ଓଡିଶା

odisha

ETV Bharat / state

ଗଞ୍ଜାମରେ ରାଷ୍ଟ୍ରୀୟ ବାତଜ୍ୱର ନିରାକରଣ ସାମୂହିକ ଔଷଧ ସେବନ କାର୍ଯ୍ଯକ୍ରମ - national lymphatic filariasis elimination programme

ଲସିକା ଫାଇଲେରିଆର ମୂଳୋତ୍ପାଟନ ପାଇଁ କୌଣସି ପ୍ରୟାସରେ ତିଳେ ହେଲେ ଅବହେଳା ନକରିବାକୁ ଗଞ୍ଜାମ ପ୍ରତିବଦ୍ଧ ରହିଛି । ଏଥିଲାଗି ବ୍ରହ୍ମପୁର ଠାରେ ଉଦଘାଟିତ ହୋଇଯାଇଛି ରାଷ୍ଟ୍ରୀୟ ବାତଜ୍ବର ନିରାକରଣ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଗଞ୍ଜାମରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ବାତଜ୍ୱର ନିରାକରଣ ସାମୁହିକ ଔଷଧ ସେବନ କାର୍ଯ୍ଯକ୍ରମ
ଗଞ୍ଜାମରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ବାତଜ୍ୱର ନିରାକରଣ ସାମୁହିକ ଔଷଧ ସେବନ କାର୍ଯ୍ଯକ୍ରମ

By

Published : Feb 26, 2021, 2:03 PM IST

ବ୍ରହ୍ମପୁର: ଲସିକା ଫାଇଲେରିଆର ମୂଳୋତ୍ପାଟନ ପାଇଁ କୌଣସି ପ୍ରୟାସରେ ତିଳେ ହେଲେ ଅବହେଳା ନକରିବାକୁ ଗଞ୍ଜାମ ପ୍ରତିବଦ୍ଧ ରହିଛି । ଏଥିଲାଗି ବ୍ରହ୍ମପୁର ଠାରେ ଉଦଘାଟିତ ହୋଇଯାଇଛି ରାଷ୍ଟ୍ରୀୟ ବାତଜ୍ବର ନିରାକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କର ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ଏକ ବାର୍ତ୍ତାକୁ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଶାମସୁନ୍ଦର ତ୍ରିପାଠୀ ପାଠ କରିଥିଲେ ।

ଗଞ୍ଜାମରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ବାତଜ୍ୱର ନିରାକରଣ ସାମୁହିକ ଔଷଧ ସେବନ କାର୍ଯ୍ଯକ୍ରମ

ଗଞ୍ଜାମକୁ ଫାଇଲେରିଆ ମୁକ୍ତ କରିବା ଦିଗରେ ସହାୟତା କରିବାକୁ ଜନସାଧାରଣ ଆଗେଇ ଆସି ଫାଇଲେରିଆ ନିରାକରଣ ଔଷଧ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରିବାକୁ ଆହ୍ବାନ କରାଯାଇଛି । କେବଳ ୨ବର୍ଷରୁ କମ୍‍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତେ ଏହି ପର୍ଯ୍ୟାୟରେ ଧାର୍ଯ୍ୟ ପରିମାଣର ଔଷଧ ସେବନ କରିବା ଉଚିତ ।” ସେ ପୁନଶ୍ଚ କହିଥିଲେ ଯେ ପ୍ରାୟ ୭୦୫୦ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୫ଜଣ ସୁପରଭାଇଜର, ୧୩୨ ଜଣ ରାପିଡ ରେସ୍ପରନ୍ସ ଟିମ୍‌ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଏବଂ ୧୬ଟି ଏନଏସିରେ ନିୟୋଜିତ କରାଯାଇଛି । ଜିଲ୍ଲାରେ ଧାର୍ଯ୍ୟଲକ୍ଷ୍ୟ ହିତାଧିକାରୀ ସଂଖ୍ୟା ୩୫,୫୨,୨୨୬ ରହିଛି ।

ଗଞ୍ଜାମରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ବାତଜ୍ୱର ନିରାକରଣ ସାମୁହିକ ଔଷଧ ସେବନ କାର୍ଯ୍ଯକ୍ରମ

“ଫାଇଲେରିଆ (ଗୋଦରା ରୋଗ) ଏକ ମାରାତ୍ମକ ଜନସ୍ବାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ବାରା ହୋଇଥାଏ । ବିଶ୍ବବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ପିଲାଦିନେ ସାଧାରଣତଃ ହେଉଥିବା ଏହି ସଂକ୍ରମଣ ଲିମ୍ଫାଟିକ୍‍ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଯଦି ତାହାର ଚିକିତ୍ସା କରାନଯାଏ ତେବେ ତାହା ଶରୀରର ବିଭିନ୍ନ ଅଂଶରେ ଅସ୍ବାଭାବିକ ଫୁଲା ସୃଷ୍ଟି କରେ । ଫାଇଲେରିଆରେ ସଂକ୍ରମିତ ଲୋକ ଅନେକ ସମୟରେ ହାଇଡ୍ରୋସିଲ୍‍, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗରେ ଫୁଲା), ଚାଇଲୁରିଆ (ଦୁଗ୍ଧଭଳି ଧଳା ପରିଶ୍ରା)ରେ ଆକ୍ରାନ୍ତ ହୋଇଥାନ୍ତି । ମୁଖ୍ୟତଃ ଫାଇଲେରିଆ ପ୍ରତ୍ୟେକଙ୍କ ପାଇଁ ବିଶେଷକରି ପିଲାମାନଙ୍କ ପାଇଁ ଏକ ବିପଦ, କିନ୍ତୁ ଏହାର ନିରାକରଣ ସମ୍ଭବ, ଏବଂ ସମାଧାନ ଅତ୍ୟନ୍ତ ସରଳ । ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରାଯାଇ ଏଭଳି ଔଷଧ ପ୍ରଦାନ କାରାଯିବ । ଏହି ଔଷଧ ନିରାପଦ ଏବଂ ଏହାର କୌଣସି ପାର୍ଶ୍ବ ପ୍ରଭାବ ନଥିବାରୁ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଲସିକା ଫାଇଲେରିଆ ଭଳି ଦୀର୍ଘକାଳୀନ ଶାରୀରିକ ଅକ୍ଷମତା ସୃଷ୍ଟି କରୁଥିବା ରୋଗକୁ ଜିଲ୍ଲାରୁ ମୂଳୋପ୍ପାଟନ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ଲୋବାଲ ହେଲଥ୍‌ ଷ୍ଟ୍ରାଟେଜି ପକ୍ଷରୁ ସହରର ମେଡିକାଲ କଲେଜ ପରିସରର ସରକାରୀ ହାଇସ୍କୁଲ ଠାରେ ଗଣ ଔଷଧ ସେବନ (ଏମଡିଏ) ଶୁଭାରମ୍ଭ କାର୍ଯ୍ୟକ୍ରମରେ ମହାନଗର ନିଗମର କମିଶନର ଡଃ. ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁରର ଉପଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍‍ ଗଞ୍ଜାମର ମୁଖ୍ୟ ଜିଲ୍ଲା ଚକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଡାଇରେକ୍ଟର ଅନୁଜ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details