ଓଡିଶା

odisha

By

Published : Oct 1, 2020, 4:42 PM IST

ETV Bharat / state

ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଓଲମ୍ବା ଗ୍ରାମରେ ଅଘଟଣ । ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ । ଅଧିକ ପଢନ୍ତୁ...

ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ
ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ

ଭଞ୍ଜନଗର: ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଓଲମ୍ବା ଗ୍ରାମରେ । ମୃତକ ହେଲେ ପଞ୍ଚା ନାୟକ ।

ସୂଚନାନୁସାରେ, ଓଳାମ୍ବା ଗ୍ରାମର ଦଣ୍ଡପାଣି ନାୟକଙ୍କ ପୁଅ ନଥିବାରୁ ସେ ନିଜ ସାନ ଝିଅ କୁନି ନାୟକଙ୍କୁ ନିଜର ଭଣଜା ପଞ୍ଚା ନାୟକଙ୍କ ସହ ଵିଵାହ କରାଇ ଘର ଜ୍ବାଇଁ କରି ରଖିଥିଲେ । ବଡ଼ ଝିଅ ଅବିବାହିତା ଥିବାବେଳେ ସେ ଏହି ପରିବାରର ପଡୋଶୀ ହୋଇ ରହୁଥିଲେ । ପଞ୍ଚା ନାୟକଙ୍କ ଦେଢ଼ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ପଞ୍ଚା ନାୟକ ପ୍ରତିଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲା । ଆଜି ସକାଳେ ବି ସେ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିଥିଲା । ଏହା ସହିତ ନିଜ ସ୍ତ୍ରୀଙ୍କୁ ମାରି ଦେଢ଼ ଶାଶୁଙ୍କୁ ବିବାହ କରିବ ବୋଲି ଧମକ ଦେଇ କାତିରେ ହାଣିବା ପାଇଁ ଆକ୍ରମଣ କରିଥିଲା । ଏନେଇ ସ୍ଵାମୀ ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆକ୍ରମଣ ପ୍ରତି ଆକ୍ରମଣରେ ସ୍ଵାମୀ ପଞ୍ଚା ନାୟକଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଭଉଣୀ ଆହତ ହୋଇ ଗୃହରେ ପଡି ରହିଥିଲେ ।

ସ୍ବାମୀ-ସ୍ତ୍ରୀ ଓ ଦେଢଶାଶୁ କଳିରେ ବଳି ପଡିଲା ସ୍ବାମୀ

ସେପଟେ ଖବର ପାଇ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ 2 ଭଉଣୀଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ପଠାଇବା ସହ ପଞ୍ଚାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details