ଭଞ୍ଜନଗର: କୁମାର ପୁର୍ଣ୍ଣିମାରେ ବିଭତ୍ସ ହତ୍ୟା । ପାରିବାରିକ କଳହରୁ ଗଡିଲା ମୁଣ୍ଡ ! ରକ୍ତରଞ୍ଜିତ ହେଲା ଗଞ୍ଜାମ ଜିଲ୍ଲା ଆସିକା ସହର। ଅଶୋକା ସିନେମା ହଲ ଛକ ନିକଟ ଚୌଧୁରୀ ନିବାସ ଭଡା ଘରୁ ମହିଳାଙ୍କ ମୃତଦେହ ଜବତ କରାଯାଇଛି।ମୃତକ ହେଲେ ଲକ୍ଷ୍ମୀପ୍ରିୟା ମିଶ୍ର ।
ଏହା ମଧ୍ୟ ପଢନ୍ତୁ: ଗୋଟିଏ ଦିନରେ ୨ଟି ଧର୍ମର ପର୍ବ, ଏକାଠି ପାଳିଲେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ
ସୂଚନାଅନୁସାରେ, ଲକ୍ଷ୍ମୀପ୍ରିୟା କିଛିମାସ ହେବ ନିଜ ପୁଅଙ୍କ ସହିତ ଅଶୋକା ସିନେମା ହଲ ଛକ ନିକଟ ଚୌଧୁରୀ ନିବାସରେ ଭଡାରେ ରହିଆସୁଥିଲେ । ଆଜି(ରବିବାର) ପୁଅ କୌଣସି କାରଣବଶତଃ ବାହାରକୁ ଯାଇଥିଲେ । ତେବେ ପୁଅ ଫେରିଲାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆ ଘରେ ପଡିଥିବା ଦେଖିଥିଲା । ପରେ ପୋଲିସକୁ ଖବର ଦେଇଥିଲା ପୋଲିସ ।
କୁମାର ପୁର୍ଣ୍ଣିମାରେ ବିଭତ୍ସ ହତ୍ୟା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମତଦେହକୁ ଜବତ କରିବା ସହ ଏସଡିପିଓ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରିକ କଳହ ଯୋଗୁଁ ହତ୍ୟା କରାଯାଇଥିବା ସୂଚନା ରହିଛି । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିପାରିବ ।
ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟମାସରେ ଗଞ୍ଜାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ସମ୍ପତ୍ତି ଲୋଭରେ ଭାଇକୁ ପିଟିପିଟି ହତ୍ୟାକରିଥିଲା ଭାଇମାନେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତ ମଧ୍ୟରେ ଥିବା ପତାଳସିଙ୍ଗି ଗ୍ରାମରେ । ସୂଚନା ଅନୁସାରେ ଏହି ଗାଁରେ ରହୁଥିବା ବିଦ୍ୟାଧର ସାହୁଙ୍କ ସହିତ ତାଙ୍କ ଭାଇମାନଙ୍କର ଦୀର୍ଘଦିନ ହେବ ସମ୍ପତ୍ତି ଓ ବିଲ ଭାଗବଣ୍ଟାକୁ ନେଇ ଚାଲିଥିଲା ଗଣ୍ଡଗୋଳ ।
ଏହି ଘଟଣାରେ ବିଦ୍ୟାଧର ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ କସିପୋଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ଭାଇମାନେ ଫେରାର ହୋଇଯାଇଥିବା ଜଣାପଡିଛି ।
ଇଟିଭି ଭାରତ, ଭଞ୍ଜନଗର