ଗଞ୍ଜାମ: ସରପଞ୍ଚଙ୍କ ମହାନତା । ସେତୁ ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ସରପଞ୍ଚ ବାବୁ। ଗଞ୍ଜାମ ଜିଲ୍ଲା ମୁଜାଗଡ ଗ୍ରାମପଞ୍ଚାୟତ ଢେପାଗୁଡା ଗ୍ରାମରେ ଥିବା ବଡ ନଦୀରେ ସେତୁ ନଥିବାରୁ ବର୍ଷା ଦିନ ଆସିଲେ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୁଏ । ଏନେଇ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।
ସେତୁ ନିର୍ମାଣ କରି ଗ୍ରାମବାସୀଙ୍କ ସମସ୍ୟା ଦୂର କଲେ ସରପଞ୍ଚ - sarpanch solved villagers problem
ଢେପାଗୁଡା ଗ୍ରାମରେ ଥିବା ବଡ ନଦୀ ଉପରେ ସେତୁ ନିର୍ମାଣ କରି ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର କଲେ ସରପଞ୍ଚ ବାବୁ । ଅଧିକ ପଢନ୍ତୁ...
ସେତୁ ନିର୍ମାଣ କରି ଗ୍ରାମବାସୀଙ୍କ ସମସ୍ୟା ଦୂର କଲେ ସରପଞ୍ଚ
ସେତୁ ନିର୍ମାଣ କରି ଗ୍ରାମବାସୀଙ୍କ ସମସ୍ୟା ଦୂର କଲେ ସରପଞ୍ଚ
ଶେଷରେ ବାଧ୍ୟ ହୋଇ ସରପଞ୍ଚ ଶିବ ପ୍ରଧାନ ନିଜସ୍ଵ ଅର୍ଥ ଖର୍ଚ୍ଚ କରି ନଦୀ ଉପରେ ଏକ କାଠ ପୋଲ ନିର୍ମାଣ କରି ମହାନତାର ପରିଚୟ ଦେଇଛନ୍ତି । ସରପଞ୍ଚ ଗ୍ରାମର କିଛି ଲୋକଙ୍କୁ ନେଇ ନିଜେ ହାତରେ ହାତୁଡି ଧରି ବଡ ନଦୀ ଉପରେ ନିର୍ମାଣ କରିଛନ୍ତି କାଠ ପୋଲ । ଫଳରେ ଗ୍ରାବାସୀଙ୍କ ଦିର୍ଘ ଦିନର ସମସ୍ୟା ଏବେ ଦୂର ହୋଇଛି । ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ