ଓଡିଶା

odisha

ETV Bharat / state

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ହତ୍ୟା ଘଟଣା: ମୃତକ ପରିବାରକୁ ଭେଟିଲେ ମନ୍ତ୍ରୀ ଆରୁଖ - ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଗୁରୁବାର ଦିନ ଜଣେ ସୁରଟ ପୋଲିସ ଓଡ଼ିଆ ଶ୍ରମିକ ସତ୍ୟ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ସତ୍ୟ ସ୍ବାଇଁ । ଶନିବାର ବାରୁଡ଼ା ଗ୍ରାମରେ ମୃତ ସତ୍ୟ ସ୍ବାଇଁର ପରିବାରକୁ ଭେଟିଛନ୍ତି ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ପ୍ରବାସୀ ଓଡିଆ ଶ୍ରମିକଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

By

Published : May 16, 2020, 5:55 PM IST

ଭଞ୍ଜନଗର: କୋରୋନା ଯୋଗୁଁ ସାରା ଦେଶ ଲକଡାଉନ । ଗୁଜୁରାଟର ସୁରଟରେ କାମ କରୁଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବାକୁ ଡହକବିକଳ ହେଉଛନ୍ତି । ଏହି ସମୟରେ ସୁରଟରେ ଗୁରୁବାର ଦିନ ସୁରଟ ପୋଲିସ ଓଡ଼ିଆ ଶ୍ରମିକ ସତ୍ୟ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ସତ୍ୟ ସ୍ବାଇଁ ।

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପରିବାର କହିଲେ ସ୍ତ୍ରୀ ମିନତୀ ଆଉ 7 ବର୍ଷର ଦିବ୍ୟାଙ୍ଗ ପୁଅ । ଏମାନେ କିପରି ଚଳିବେ ସେନେଇ ଚିନ୍ତାରେ । ପୋଲିସ ପିଟିପିଟି ମାରିଥିବା ନେଇ ଭୟରେ ସେଠାକାର ଥାନାରେ ଅଭିଯୋଗ କରାଯାଇ ନଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ସେଠାରେ ଅନ୍ତିମ ସତ୍କାର କରାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କ୍ଷତି ପୂରଣ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

ଶନିବାର ବାରୁଡ଼ା ଗ୍ରାମରେ ମୃତ ସତ୍ୟ ସ୍ବାଇଁର ପରିବାରକୁ ଭେଟିଲେ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପରିବାରକୁ 50,000 ଟଙ୍କା ସାହାଯ୍ୟ ଦେବା ସହ ରାଜ୍ୟ ସରକାର ରିଲିଫ ପାଣ୍ଠିରୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଏଥିସହ ତଦନ୍ତରେ ଓଡିଶା ସରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details