ଓଡିଶା

odisha

ETV Bharat / state

ପୁଅକୁ ବଞ୍ଚାଇବାକୁ ଯାଇ ମା’-ପୁଅ ମୃତ - mother son death in ganjam bakuta village

ବିଦ୍ୟୁତ ଆଘାତରେ  ମା’ ପୁଅଙ୍କ  ମୃତ୍ୟୁ । ଏଭଳି ଅଭାବନୀୟ  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁରେ  । ମୃତକ ମାନେ ହେଲେ  ସଜନୀ ନାହାକ ଓ ତାଙ୍କ ପୁଅ ନାରାୟଣ ନାହାକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 19, 2019, 8:12 PM IST

ବ୍ରହ୍ମପୁର: ବିଦ୍ୟୁତ ଆଘାତରେ ମା’ ପୁଅଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁରେ । ମୃତକ ମାନେ ହେଲେ ସଜନୀ ନାହାକ ଓ ତାଙ୍କ ପୁଅ ନାରାୟଣ ନାହାକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ସୂଚନା ଅନୁଯାୟୀ, ନାରାୟଣ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ନିଜ ପରିବାର ପୋଷଣ କରିଥାନ୍ତି । ତେବେ ଗୁରୁବାର ସେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହା ଦେଖି ତାଙ୍କ ମାଆ ସଜନୀ ନାହାକ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।

ତେବେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନାରାୟଣ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସହ ଛଅ ମାସର ଶିଶୁପୁତ୍ର ଏକାକୀ ହୋଇ ପଡିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details