ଓଡିଶା

odisha

By

Published : Nov 18, 2021, 8:00 PM IST

ETV Bharat / state

BJDରେ ମିଶିଲେ ୧୫୦୦ରୁ ଊର୍ଦ୍ଧ୍ବ BJP କର୍ମୀ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମପଞ୍ଚାୟତ ମାଣିତରା ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ l ଏଥିରେ ପଞ୍ଚାୟତର ପାଞ୍ଚଶହ ପରିବାର ବିଜେପି ଛାଡି ବିଜେଡିରେ ସାମିଲ ଦେଇଛନ୍ତି l ଅଧିକ ପଢନ୍ତୁ

More than 1,500 BJP workers joined BJD today at Buguda block of Ganjam district
BJDରେ ମିଶିଲେ ୧୫୦୦ରୁ ଉର୍ଦ୍ଧ୍ବ BJP କର୍ମୀ

ଭଞ୍ଜନଗର(ଗଞ୍ଜାମ):ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳ ଡ଼ିଆଁ ଆରମ୍ଭ ହୋଇଯାଇଛି l ପୋଲସରା ନିର୍ବାଚନ ମଣ୍ଡଳିରେ ଭାରତୀୟ ଜନତା ପାର୍ଟି(BJP) ଛାଡି ଶତାଧିକ କର୍ମୀ ବିଜୁ ଜନତା ଦଳ(BJD)ରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି l

BJDରେ ମିଶିଲେ ୧୫୦୦ରୁ ଉର୍ଦ୍ଧ୍ବ BJP କର୍ମୀ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମପଞ୍ଚାୟତ ମାଣିତରା ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ଏଥିରେ ପଞ୍ଚାୟତର ୫୦୦ ପରିବାର ବିଜେପି ଛାଡି ବିଜେଡିରେ ସାମିଲ ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ସୁଶାନରେ ଅନୁପ୍ରାଣିତ ହୋଇ ମାଣିତରା ଗ୍ରାମରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକଙ୍କ ନେତୃତ୍ବରେ ୧୫୦୦ରୁ ଊର୍ଦ୍ଧ୍ବ ବିଜେପି କର୍ମୀ ଗୁରୁବାର ବିଦ୍ଧିବଧ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି l

ଆଗାମୀ ଦିନରେ ଏହି ପଞ୍ଚାୟତରେ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବା ସହ ବୁଗୁଡା ବ୍ଲକରେ ଏକ ନମ୍ବର ପଞ୍ଚାୟତ ହେବବୋଲି ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details