ଓଡିଶା

odisha

ETV Bharat / state

Mo mati mo desha: ଶହୀଦ ଶ୍ରୀନିବାସଙ୍କ ଗାଁରୁ ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି - ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ବ୍ରହ୍ମପୁର ସହରରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ । ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ସହରରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ
ବ୍ରହ୍ମପୁର ସହରରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ

By ETV Bharat Odisha Team

Published : Sep 14, 2023, 7:13 AM IST

ବ୍ରହ୍ମପୁର ସହରରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ବ୍ରହ୍ମପୁରରେ ଆରମ୍ଭ ହୋଇଯାଇଛି । କାରଗିଲ ଯୁଦ୍ଧ ସମୟରେ ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡିଆ ଶହୀଦ ଏସ୍. ଶ୍ରୀନିବାସ ପାତ୍ରଙ୍କ ପୈତୃକ ଗ୍ରାମରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ବିଜେପି ପକ୍ଷରୁ ଆୟୋଜିତ ଦୋଇଥିଲା । ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସଭାପତି କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ଗ୍ରାମରେ ପହଞ୍ଚି ପ୍ରଥମେ ଶହୀଦ ଏସ୍.ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରୁ ଏକ କଳସରେ ଶହୀଦଙ୍କ ଗ୍ରାମରୁ ସଂଗୃହୀତ ମାଟିକୁ ନେଇ ପୂଜାର୍ଚ୍ଚନା କରିଥିଲେ । ପରେ ଶହୀଦ ଶ୍ରୀନିବାସଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ ବିଜେପିର ରାଜ୍ୟ ସଭାପତିଙ୍କ ସମେତ ଦଳର ନେତୃବୃନ୍ଦ ।

ବ୍ରହ୍ମପୁରର ପ୍ରତ୍ୟକ ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ଆରମ୍ଭ କରିଛି ଜିଲ୍ଲା ବିଜେପି । ଗାଁରୁ ଗାଁ ବୁଲି ବୀର ଶହୀଦଙ୍କ ବାସସ୍ଥାନରୁ ସଂଗ୍ରହ ହେଉଛି ମାଟି । ‘‘ମାଟିକୁ ନମନ ଓ ବୀରଙ୍କୁ ବନ୍ଦନ” ଏହି ଅଭିଯାନରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀର ଅମୃତ ବାଟିକାରେ ସଂଗୃହିତ କରି ରଖାଯିବ । ସଂଗୃହିତ ମାଟିକୁ ପ୍ରଥମେ ବ୍ଲକରେ ରଖାଯାଇ ଭୁବନେଶ୍ବରକୁ ପଠାଯିବ । ଏହାପରେ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବ ଏବଂ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ ।

ଏହା ମଧ୍ୟ ପଢନ୍ତୁ.. Meri Maati-Mera Desh Campaign: ଅମୃତ କଳସ ଯାତ୍ରାର ଶୁଭାରମ୍ଭ କଲେ ଅମିତ ଶାହ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ 'ମୋ ମାଟି ମୋ ଦେଶ ଅଭିଯାନ' ମାଧ୍ୟମରେ ଘରୁ ଘରୁ ମାଟି ସଂଗ୍ରହ କରାଯାଉଛି । ଅମୃତ କଳସରେ ମାଟି ସଂଗ୍ରହ କରିବା ପରେ କର୍ତ୍ତବ୍ୟ ପଥରେ ତିଆରି ହେବାକୁ ଥିବା ଅମୃତ ବାଟିକାରେ ଦିଆଯିବ । ଗ୍ରାମ ଗୁଡ଼ିକରେ 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ । 16 ସେପ୍ଟେମ୍ବରରୁ 23 ତାରିଖ ଭିତରେ ବ୍ଲକରେ ମାଟି ଜମା ହେବ । ଏହାପରେ ସଂଗ୍ରୁହିତ ମାଟିକୁ ଭୁବନେଶ୍ବର ନିଆଯାଇ ଟ୍ରେନ ଯୋଗେ ଦିଲ୍ଲୀକୁ ପଠାଯିବାର ବ୍ୟବସ୍ଥା କରାଯିବ । ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି । 75 ବର୍ଷ ପୂର୍ବେ ଯେଉଁ ସଂଗ୍ରାମୀମାନେ ଶହୀଦ ହୋଇ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ, ସେତେବେଳେ ତାଙ୍କର ଯେଉଁ ରାଷ୍ଟ୍ର ଭକ୍ତି ଥିଲା ତାହା ଧୀରେ ଧୀରେ କମିଯିବା ପରି ମନେ ହେଉଛି । ସେଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।’’

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details