ବ୍ରହ୍ମପୁର: ଏଣିକି ପ୍ଲାଷ୍ଟି ମୁକ୍ତ ହେବ ଗୋପାଳପୁର ବେଳାଭୂମି । ଏଥିଲାଗି ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିଷ୍କାର ଓ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଆୟଜିତ ହୋଇଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମୋ ଗୋପାଳପୁର’ ।
ଏଥିରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସାଂସଦ ଓ ବିଧାୟକଙ୍କ ଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ନିଜେ ବେଳାଭୂମି ସଫେଇ କରିଥିଲେ । ଯେଉଁଥିରେ ସମସ୍ତଙ୍କ ସହଭାଗିତାକୁ ନେଇ କରାଯାଇଛି ଆହ୍ବାନ । ଦେଶ ତଥା ବିଦେଶରୁ ପ୍ରତ୍ୟେକ ଦିନ ଏହି ଗୋପାଳପୁର ବେଳାଭୂମି ବୁଲିବା ପାଇଁ ଛୁଟି ଆସିଥାନ୍ତି ଅନେକ ପର୍ଯ୍ୟଟକ ।
ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏହାକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ‘ମୋ ଗୋପାଳପୁର’ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ବେଳାଭୂମି ପରିଷ୍କାର ସହ ସ୍ବଚ୍ଛ ଏବଂ ସୁରକ୍ଷିତ ରଖିବା । ମୁଖ୍ୟତଃ ଗୋପାଳପୁରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ ।