ଓଡିଶା

odisha

ETV Bharat / state

ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକଙ୍କ ଦାବିପତ୍ର - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋପାଳପୁର ବିଧାୟକ

ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ବିଧାୟକଙ୍କ ଦାବି । ଗଞ୍ଜାମ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନିଜେ ଗୋପାଳପୁର ବିଧାନସଭା ପାଇଁ ବ୍ୟକ୍ତିଗତ ଦୃଷ୍ଟି ଦେଉଥିବା ନେଇ ଖୁସି ଜଣାଇଥିବାବେଳେ ବିଭିନ୍ନ ଯୋଜନା ନେଇ ସରକାରଙ୍କୁ କଲେ ସମାଲୋଚନା । ଅଧିକ ପଢ଼ନ୍ତୁ

ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକଙ୍କ ଦାବିପତ୍ର
ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକଙ୍କ ଦାବିପତ୍ର

By

Published : Nov 6, 2022, 4:31 PM IST

ବ୍ରହ୍ମପୁର: ଗଞ୍ଜାମ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମ ବିକାଶ କ୍ଷେତ୍ରରେ ବିଧାୟକ ଲେଖିଥିବା ପ୍ରସ୍ତାବରେ ପ୍ରଥମ ଦାବି ଭାବରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ବିକାଶ ବିଷୟ ରଖିବା ସହିତ ଦ୍ବିତୀୟରେ ଗୋପାଳପୁର ବନ୍ଦରର ସବୁଦିନିଆ ବନ୍ଦର ପ୍ରସ୍ତାବ ରଖିଛନ୍ତି । ତେବେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୃଷ୍ଟି ଦେଉଥିବା କହି ଖୁସି ଜଣାଇଥିବା ସହ ସରକାରଙ୍କ ବିଭିନ୍ନ ଯୋଜନା ନେଇ ସେ ସମାଲୋଚନା ମଧ୍ୟ କରିଛନ୍ତି ।

ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକଙ୍କ ଦାବିପତ୍ର

ଗୋପାଳପୁର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଦାବିପତ୍ରରେ ଗଞ୍ଜାମର ପୁରାତନ ରାଜଧାନୀ କୁହାଯାଉଥିବା ପାଲପୁର ବନ୍ଦରର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ବ୍ରହ୍ମପୁରରୁ ରାଉଲକେଲା ରେଳ ଲାଇନର ବିକାଶ ସହିତ ବ୍ରହ୍ମପୁର ରେଳଷ୍ଟେସନର ବିକାଶକୁ ଗୁରୁତ୍ବ ଦେବାକୁ ପ୍ରସ୍ତାବ ରଖିଛନ୍ତି ବିଧାୟକ । ସେହିପରି ଜିଲ୍ଲାରେ ଜଳସେଚନ କ୍ଷେତ୍ରରେ ପିପିଳାପଙ୍କା ନୂତନ ରିଜର୍ଭର ବିକାଶ ଓ ଋଷିକୁଲ୍ୟା ଜଳସେଚନ କ୍ଷେତ୍ରର ବିକାଶ ଓ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ସେ ନିଜ ଦାବିରେ ଦର୍ଶାଇଛନ୍ତି । ସେହିଭଳି ପାନୀୟ ଜଳ ପାଇଁ ଜିଲ୍ଲାର ବିଭିନ୍ନ ଉତ୍ସ ଗୁଡିକର ବିକାଶ ପାଇଁ ଅଧିକ ପାଣ୍ଠି ପ୍ରଦାନ କରିବାକୁ ଦାବି କରିଛନ୍ତି ପ୍ରଦୀପ ।

ଜିଲ୍ଲାରେ କୃଷିର ବିକାଶ କ୍ଷେତ୍ରରେ ଜିଲ୍ଲାର ଉର୍ବର ଜମିରେ ଉନ୍ନତିକରଣ ଏବଂ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହିତ କୃଷି ଓ ହଟିକଲଚର ଚାଷଜମି ଅନ୍ୟ କୌଣସି ବ୍ୟବହାର ନକରିବା ପାଇଁ ସେ ଦାବି କରିଛନ୍ତି । ଆସ୍କା ଚିନି କଳର ବିକାଶ ପାଇଁ ଦୁଇ କୋଟି ଟଙ୍କାର ଅନୁଦାନ ସହ ବନ୍ଦ ହୋଇ ରହିଥିବା କପାକଳ ପୁନଃ ଚାଲୁ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି ଧରାକୋଟରେ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିବା, ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଦର୍ଶାଇଛନ୍ତି । ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟ ଅଞ୍ଚଳ ଗୁଡିକରେ ସାମୁଦ୍ରିକ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ସହିତ ବ୍ରହ୍ମପୁର ସହରର ଜନଗହଳିପୂର୍ଣ୍ଣ ଗେଟ ବଜାର ଅଞ୍ଚଳରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାକୁ ଏହି ପତ୍ର ମାଧ୍ୟମରେ ଦାବି କରିଛନ୍ତି ବିଧାୟକ ।

ସେହିଭଳି ଗୋପାଳପୁର ନିର୍ବାଚନମଣ୍ଡଳୀ ସମ୍ପର୍କରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ମାଧ୍ୟମରେ ପୂର୍ବରୁ ରହିଥିବା ବିଭିନ୍ନ ପ୍ରସ୍ତାବକୁ ଦୋହରାଇବା ସହିତ ବର୍ତ୍ତମାନର କେତେକ ନୂତନ ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୋପାଳପୁର ବିଧାନସଭା ପାଇଁ ବ୍ୟକ୍ତିଗତ ଦୃଷ୍ଟି ଦେଉଥିବା ନେଇ ବେଶ ଖୁସି ରହିଥିବା ଜଣାଇଛନ୍ତି ପ୍ରଦୀପ । ତେବେ ରାଜ୍ୟରେ ବିଭିନ୍ନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details