ଓଡିଶା

odisha

ETV Bharat / state

ବ୍ୟାଙ୍କରୁ ଟଙ୍କା ଲୁଟ୍ ଉଦ୍ୟମ ପଣ୍ଡ, ରାଗରେ ଆସବାବପତ୍ର ଭାଙ୍ଗିଲେ ଡକାୟତ - ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚୋରି

ବ୍ୟାଙ୍କରୁ ଟଙ୍କା ଲୁଟିବାରେ ବିଫଳ ହେବାରୁ ରାଗରେ କମ୍ପ୍ୟୁଟର ସହ ସିସିଟିଭି ଭାଙ୍ଗିଲେ ଡକାୟତ । ଗଞ୍ଜାମ ଜିଲ୍ଲା ରାଜଗାଙ୍ଗପୁର କ୍ଷତ୍ରିୟବରପୁର ଠାରେ ଏଭଳି ଘଟଣା ଘଟିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Aug 24, 2019, 10:10 AM IST

ଭଞ୍ଜନଗର: ବ୍ୟାଙ୍କରୁ ଟଙ୍କା ଲୁଟ୍ ଉଦ୍ୟମ ପଣ୍ଡ । ରାଗରେ ବ୍ୟାଙ୍କର ଆସବାବପତ୍ର ଭାଙ୍ଗିଲେ ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଶୁକ୍ରବାର କ୍ଷତ୍ରିୟବରପୁର ଠାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚୋରି ଉଦ୍ଦେଶ୍ୟରେ ବ୍ୟାଙ୍କରେ ପଶିଥିଲେ କିଛି ଡକାୟତ । ହେଲେ ଟଙ୍କା ନେବାରେ ବିଫଳ ହେବାରୁ ବ୍ୟାଙ୍କରେ ଥିବା 4 କମ୍ପ୍ୟୁଟର ଓ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଘଟଣା ସମ୍ପର୍କରେ ଆଜି ଜଣାପଡିଛି । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details