ଓଡିଶା

odisha

ETV Bharat / state

ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର - Miscreant hacks elderly man

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଳକ ମାଣିକପୁର ଗାଁ ନିକଟରେ ଥିବା ତେଲିଆ ମନ୍ଦିର ନିକଟରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ..

ପୁଣି ଗଡ଼ିଲା ମୁଣ୍ଡ, ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ପୁଣି ଗଡ଼ିଲା ମୁଣ୍ଡ, ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

By

Published : Jan 3, 2020, 5:35 PM IST

ଗଞ୍ଜାମ: ବଡ଼ଗଡ଼ ଅଞ୍ଚଳରେ ପୁଣି ଗଡ଼ିଲା ମୁଣ୍ଡ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଳକ ମାଣିକପୁର ଗାଁ ନିକଟରେ ଥିବା ତେଲିଅ। ମନ୍ଦିର ନିକଟରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି ।

ପୁଣି ଗଡ଼ିଲା ମୁଣ୍ଡ, ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ମୃତ ବୃଦ୍ଧ ଜଣକ ଖାରିପଲି ଗାଁର ଭରତ ବେହେରା ବୋଲି ଜଣାପଡିଥିବା ବେଳେ ମୁଢି ବିକ୍ରି କରିବାକୁ ଘରୁ ବାହାରିଥିବା ବେଳେ ଏହି ଘଟଣା ଘଟିଛି । ତେବେ ମୃତ୍ୟୁର କାରଣ ଏବେ ବି ଜଣାପଡିନଥିବାବେଳେ ମୃତକଙ୍କ ମୁଣ୍ଡରେ ଆଘାତ ଚିହ୍ନ ରହିଛି ।

ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଥିବା ବେଳେ ସବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details