ଓଡିଶା

odisha

By

Published : Nov 28, 2022, 6:14 PM IST

Updated : Nov 28, 2022, 10:44 PM IST

ETV Bharat / state

କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଅଟକ

ବ୍ରହ୍ମପୁର SDJM କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଉଦ୍ୟମ । ଆକ୍ରମଣରକାରୀକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଅଟକ
ବ୍ରହ୍ମପୁର SDJM କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଅଟକ

ବ୍ରହ୍ମପୁର:ଗଞ୍ଜାମ ବ୍ରହ୍ମପୁର ଏସଡିଜେଏମ କୋର୍ଟ ପରିସରରେ ପଶି ମାଜିଷ୍ଟ୍ରେଟଙ୍କୁ ଛୁରୀ ଧରି ଆକ୍ରମଣ ଉଦ୍ୟମ (Attempts to attack Magistrate of Berhampur SDJM Court )। ଉପସ୍ଥିତ ବୁଦ୍ଧି ବଳରେ ଅଭିଯୁକ୍ତକୁ କାବୁ କରାଯାଇଛି । ଘଟଣା ସମ୍ପର୍କରେ ଅବଗତ ପରେ କୋର୍ଟରେ ପହଞ୍ଚିଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଅଭଯୁକ୍ତ ନାମରେ ପୂର୍ବରୁ ମାମଲା ରହିଥିବା ଜଣାପଡ଼ିଛି ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମଙ୍କ ପ୍ରତିକ୍ରିୟା

ଆକ୍ରମଣ କରିଥିବା ଅଭିଯୁକ୍ତ ହେଲେ ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତା ନାମରେ ଚାରୋଟି ମାମଲା ରହିଥିବା ଜଣାପଡିଛି । ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ପ୍ରତ୍ୟେକ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା । ତେଣୁ କୋର୍ଟ ପରିସରରେ ଆଇନଜୀବୀ ମାନଙ୍କ ସେତେଟା ଚଳପ୍ରଚଳ ନଥିବାରୁ ଅଭିଯୁକ୍ତ ଜଣଙ୍କ କୌଶଳ କ୍ରମେ ଏସ.ଡି.ଜେ.ଏମ୍ କୋର୍ଟ ପରିସରକୁ ଏକ ଛୁରୀ ନେଇ ପଶିଥିଲା । ଏହା ପରେ ସହ ଉପରକୁ ଚଢିଯାଇ କୋର୍ଟ ପରିସରରେ ବିଚାରପତିଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ।

କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ, ଅଭିଯୁକ୍ତ ଅଟକ

ଏହା ବି ପଢନ୍ତୁ- ପଦ୍ମ ଧରିବେ କି ପ୍ରଦୀପ ? ବିଜେପି ପାଇଁ ପ୍ରଦୀପ ମାଗିଲେ ଭୋଟ

ବ୍ରହ୍ମପୁର SDJM କୋର୍ଟ ପରିସରରେ ମାଜିଷ୍ଟ୍ରେଟଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

ଠିକ ଏହି ସମୟରେ ଜଣେ ଆଇନଜୀବୀ ଏବଂ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଏବଂ କୋର୍ଟର ଜଣେ ମହିଳା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ କୌଶଳକ୍ରମେ ଅଭିଯୁକ୍ତକୁ କାବୁ କରାଯିବା ପରେ ପୋଲିସ ତାକୁ ଅଟକ ରଖିଛି। ଘଟଣା ପରେ ଅଭିଯୁକ୍ତକୁ ବୈଦ୍ୟନାଥ ଥାନାରେ ଅଟକ ରଖି ତଦନ୍ତ କରାଯାଉଛି । ତେବେ ଘଟଣା ସମ୍ପର୍କରେ ଅବଗତ ପରେ କୋର୍ଟରେ ପହଞ୍ଚିଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଅଭିଯୁକ୍ତ ଜଣଙ୍କ କାହିଁକି ଏପରି କଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 28, 2022, 10:44 PM IST

ABOUT THE AUTHOR

...view details