ଭଞ୍ଜନଗର: ବିବାହ, ପ୍ରେମ, ମିଛ ପ୍ରତିଶୃତି ପରେ ପ୍ରତାରଣାର ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଛି ନାବାଳିକା । ଅଣାୟତଃ ଓ ଅଣନିଶ୍ବାସୀ ହୋଇପଡିବା ସହ କୌଣସି ବାଟ ନପାଇ ପ୍ରେମିକ ଘର ସାମ୍ନାରେ ବସିରହିଛି ।
ଗୋଟିଏପଟେ ବାଲ୍ଯ ବିବାହ ରୋକିବାରେ ପ୍ରଶାସନ ଫେଲ ମାରିଥିବାବେଳେ ଅନ୍ୟପଟେ ନାବାଳିକା ପ୍ରେମ ଜାଲରେ ଛନ୍ଦି ହୋଇପଡିବା ଭଳି ଅଭାବନୀୟ ଘଟଣା ଦେଖିବାବୁ ମିଳିଛି ଭଞ୍ଜନଗରରେ ।
ଜଗନ୍ନାଥପ୍ରସାଦ ଥାନା ପାଲପଡା ଗ୍ରାମରେ ବିବାହିତ ନାବାଳିକାକୁ ପ୍ରେମିକ ବିବାହର ପ୍ରତିଶୃତି ଦେଇ କିଛିଦିନ ପାଖରେ ରଖି ଫେରାର ହୋଇଯାଇଥିବାବେଳେ ନାବାଳିକା ଆଜିକୁ ଚାରିଦିନ ହେଲା ପ୍ରେମିକର ଘର ସମ୍ନାରେ ବସି ରହିଛି ।
ପାଲପଡା ଗ୍ରାମର ପୀଡିତାଙ୍କ ବାପା ନାବାଳିକା ଝିଅକୁ ଆଜକୁ ଏକ ବର୍ଷ ତଳେ ବୁଡୁରୁଙ୍ଗୁ ଗ୍ରାମର ବସନ୍ତ କୁମାର ସେଠୀଙ୍କୁ ସାମାଜିକ ରୀତିନୀତିରେ ବିବାହ ଦେଇଥିଲେ । ସେଠାରେ କିଛି ମାସ ଝିଅ ରହିବା ପରେ ବାପ ଘରକୁ ଯୋଗାଡ ନେବାକୁ ଆସିଥିଲେ । ଏଭିତରେ ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ବିରସିନ ପ୍ରଧାନଙ୍କ ସହିତ ନାବାଳିକାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ଯୁବକ ଜଣକ ବିବାହିତା ନାବାଳିକାକୁ ଧରି ଫେରାର ହୋଇଯାଇଥିବାବେଳେ ଜଗନ୍ନାଥପ୍ରସାଦ ଥାନାରେ ଏତଲା ପରେ ଦୁଇ ଜଣକୁ ପୋଲିସ ଥାନାରେ ଅଟକରଖି ପଚରାଉଚରା କରିବା ପରେ ଦୁଇ ଜଣ ବିବାହ କରିବାକୁ ରାଜି ହୋଇଥିଲେ । ଉଭୟ ପରିବାରକୁ ଥାନାକୁ ଡକାଇ ଲେଖାପଢା କରାଯିବା ସହ ନାବାଳିକାର ପ୍ରାପ୍ତ ବୟସ ହେଲା ପରେ ବିବାହ କରିବାକୁ କହି ପରିବାରକୁ ହସ୍ତାନ୍ତର କରାଯାଇଥିଲା ବୋଲି ନାବାଳିକାଙ୍କ ବାପା କହିଛନ୍ତି ।