ବ୍ରହ୍ମପୁର: ସାଧାରଣ ଜନତାଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଥିବାବେଳେ ମନ୍ତ୍ରୀ ଓ ଶାସକ ଦଳର ବିଧାୟକଙ୍କ ବ୍ରହ୍ମପୁରର ରାମଲିଙ୍ଗମ ଉଦ୍ୟାନ ଗସ୍ତ ନେଇ ପ୍ରତିବାଦ କରିଛି ବିଜେପି । ବିଜେପି ନେତା ରାମ କୁମାର ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଏକତ୍ରିତ ହୋଇ ସରକାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ସହରର ରାମଲିଙ୍ଗେଶ୍ବର ଭଳି ଏକ ପବିତ୍ର ଶୈବପୀଠ ନିକଟରେ ଆମିଷ ଭୋଜନ ଦିଆଯିବାକୁ ବିରୋଧ କରିଛନ୍ତି ।
ଜନସାଧାରଣଙ୍କୁ ବାରଣ ସତ୍ତ୍ବେ ପାର୍କରେ ପଶିଲେ ମନ୍ତ୍ରୀ ଓ ବିଧାୟକ, BJPର ତୀବ୍ର ବିରୋଧ
ଜନସାଧାରଣଙ୍କୁ ବାରଣ ସତ୍ତ୍ବେ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ବ୍ରହ୍ମପୁରର ରାମଲିଙ୍ଗେଶ୍ବର ପାର୍କ ଗସ୍ତ କରିବାକୁ ବିଜେପିର ବିରୋଧ । ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ...
ଏହାକୁ ନେଇ ବିକ୍ଷୋଭ କରୁଥିବା ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । କିଛି ସମୟ ଧରି ବିଜେପି ନେତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାରେ ବିଦ୍ୟାଳୟଗୁଡିକୁ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ୫ଟି ପର୍ଯ୍ୟାୟ ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ବିଧାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଗସ୍ତ କରିଥିଲେ । ପରେ ରାମଲିଙ୍ଗେଶ୍ବର ଉଦ୍ୟାନରେ ଏକତ୍ରୀକରଣ ହେବା ସହିତ ଏଠାରେ ଭୋଜିଭାତ କରି ଖାଇବାକୁ ବିରୋଧ କରିଛି ବିଜେପି । ଏଭଳି ବିକ୍ଷୋଭ କରୁଥିବା ବିଜେପି ଦଳର କର୍ମୀ ଓ ନେତାଙ୍କୁ ପୋଲିସ ଅଟକ ରଖିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ