ଓଡିଶା

odisha

ETV Bharat / state

ଛତ୍ରପୁରରେ ବିଶାଳ ଆଇନ ସଚେତନତା ଶିବିର

ଜାତୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଛତ୍ରପୁର ଠାରେ ବିଶାଳ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି ।

By

Published : Sep 15, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଜାତୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଛତ୍ରପୁର ଠାରେ ବିଶାଳ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି । ଅନସ୍ଲୋ ଶିକ୍ଷାନୁଷ୍ଠାନ ମିନି ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମାଜରେ ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଆଇନଗତ ସେବା ପ୍ରଦାନ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇ କିଭଳି ସରକାରୀ ସୁବିଧା ପାଇପାରିବେ ସେ ନେଇ ସଚେତନ କରାଯାଇଥିଲା । ଏହା ସହ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା, ଜଷ୍ଟିସ ଅକ୍ଷୟ କୁମାର ରଥ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକଙ୍କ ସମେତ ଗଞ୍ଜାମ ଓ ବ୍ରହ୍ମପୁରର ଏସପି ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details