ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ । ଆଉ ଏହାରି ପୂର୍ବରୁ ବ୍ରହ୍ମପୁର ସହରରେ ଗଞ୍ଜାମ ଜିଲ୍ଲାର ଶାସକ ବିଜେଡି ଦଳ ସହିତ ରହି ଆସିଥିବା ଛଅ ଜଣ ପପୂର୍ବତନ ବିଧାୟକଙ୍କ ଏକତ୍ରିତ ହୋଇ ବୈଠକ କରିଛନ୍ତି । ଦଳରେ ସେତେଟା ଗୁରୁତ୍ୱ ଦିଆଯାଉନଥିବା ଭଳି ବିଷୟକୁ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ପତ୍ର ଲେଖଛନ୍ତି । ଏହାସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ ଏବଂ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ ସାକ୍ଷାତ କରିବା ପାଇଁ ସାମୁହିକ ଭାବରେ ପତ୍ର ଲେଖିଛନ୍ତି ।ବ୍ରହ୍ମପୁର ସହରର ରାଜସ୍ୱ ବିଭାଗର ଡାକ ବଙ୍ଗଳାରେ ପୂର୍ବତନ ବିଧାୟକଙ୍କ ଦ୍ବାରା ଆୟୋଜିତ ବୈଠକରେ ସୂଚନା ଦିଆଯାଇଛି ।ଯାହାକୁ ନେଇ ଗଞ୍ଜାମ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ କିଛି ବର୍ଷ ଧରି ବିଜେଡି ଦଳରେ ରହି ଏକ ପ୍ରକାର ଆଲୋଡ଼ା ହୋଇ ରହିଥିବା ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୬ ଜଣ ପୂର୍ବତନ ବିଧାୟକ ଏକତ୍ରିତ ହୋଇ ଆଲୋଚନା କରିଥିବା ବିଷୟ ଯେତିକି ଚର୍ଚ୍ଚାର ବିଷୟ ସେତିକି ଚିନ୍ତାଜନକ ମଧ୍ୟ । ପୂର୍ବତନ ବିଧାୟକଙ୍କୁ ଦଳରେ କ୍ରମାଗତ ଭାବରେ ଅଣଦେଖା କରାଯାଉଥିବାରୁ ଶେଷରେ ପୂର୍ବତନ ବିଧାୟକମାନେ ଦଳର ସୁପ୍ରିମୋଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ବର୍ଣ୍ଣନା କରିବାକୁ ପତ୍ର ଲେଖିଛନ୍ତି ।ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଦଳକୁ ଆହୁରୀ ସଙ୍ଗଠିତ କରିବା ପାଇଁ କେଉଁ ବିଷୟ ଆବଶ୍ୟକତା ରହିଛି । ତାହାକୁ ନେଇ ଦଳୀୟ ସୁପ୍ରିମୋ ସମେତ ଦଳର ସାଙ୍ଗଠନିକ ବିଷୟକୁ ଅନୁଧ୍ୟାନ କରୁଥିବା ନେତୃବୃନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଜଣାପଡିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ସହିତ ଗଞ୍ଜାମ ଜିଲ୍ଲାରେ ବିଜେଡିରେ ଦୁର୍ବଳ ସ୍ଥିତିକୁ ନେଇ ଚିନ୍ତା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ଗତ ୨୦୧୯ ସାଧାରଣ ନିର୍ବାଚନ ଏବଂ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ୍ ବ୍ୟବଧାନ କମିବା ସହ ବିଜେପି ଖାତାକୁ ଭୋଟ୍ ଯିବାକୁ ନେଇ ଚିନ୍ତା ଜନକ ବୋଲି କହିଛନ୍ତି ପୂର୍ବତନ ବିଧାୟକ ।ଗୋଟିଏ ପଟେ ଗଞ୍ଜାମ ଜିଲ୍ଲାର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଦଳରେ ରହିଥିବା ପୂର୍ବତନ ବିଧାୟକ ଏପରି ବୈଠକ କରିବା ଘଟଣା ସାମ୍ନାକୁ ଆସିଛି ।