ଓଡିଶା

odisha

ETV Bharat / state

MCom ଛାତ୍ରଙ୍କ ବିଜ୍ଞାନୀ କାମ: ତିଆରିଲେ ଇ-ସାଇକେଲ ଓ ବାଇକ, ଥରେ ଚାର୍ଜ କଲେ ଗଡିବ 60 କିମି - ବ୍ରହ୍ମପୁର ବାଣିଜ୍ୟ ଛାତ୍ର ଇ-ସାଇକେଲ

ପାଠ ପଢୁଛନ୍ତି ଏମ୍.କମ୍ । ହେଲେ ମନରେ ରହିଛି ଅନେକ ବୈଷୟିକ ଦକ୍ଷତା । ଯାହାକୁ ନେଇ ମାତ୍ର ୮ ରୁ ୧୦ ଦିନ ମଧ୍ୟରେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଇ-ସାଇକେଲ ଠାରୁ ଆରମ୍ଭ କରି ଇ-ମୋଟର ସାଇକଲ ପର୍ଯ୍ୟନ୍ତ । ଅଧିକ ପଢନ୍ତୁ...

ଏମ୍.କମ୍ ବିଦ୍ୟାର୍ଥୀଙ୍କ ବିଜ୍ଞାନୀ କାର୍ଯ୍ୟ: ପ୍ରସ୍ତୁତ କଲେ ଇ-ସାଇକେଲ ଓ ବାଇକ୍
ଏମ୍.କମ୍ ବିଦ୍ୟାର୍ଥୀଙ୍କ ବିଜ୍ଞାନୀ କାର୍ଯ୍ୟ: ପ୍ରସ୍ତୁତ କଲେ ଇ-ସାଇକେଲ ଓ ବାଇକ୍

By

Published : Jul 31, 2021, 8:26 PM IST

Updated : Jul 31, 2021, 8:31 PM IST

ବ୍ରହ୍ମପୁର: କୁହାଯାଏ ମନରେ ଆଗ୍ରହ ରହିଥିଲେ ଉପାୟ ଆପେ ଆସିଥାଏ, ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥାଏ । ଏପରି ଉକ୍ତିକୁ ସଫଳ କରି ଦେଖାଇଛନ୍ତି ବ୍ରହ୍ମପୁର ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ । ମହାବିଦ୍ୟାଳୟର ଏମ୍.କମରେ ଅଧ୍ୟୟନ କରୁଥିବା ଅକ୍ଷୟ ଦାସଙ୍କ ନିକଟରେ ରହିଛି ବିଭିନ୍ନ ବୈଷୟିକ ଦକ୍ଷତା । ଯାହାକୁ ଉପଯୋଗ କରି କୋରୋନା ରୂପକ ମହାମାରୀରର ଲକଡାଉନ୍ ଏବଂ ସଟଡାଉନ୍ ସମୟରେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଗୋଟିଏ ଇ-ସାଇକେଲ ଏବଂ ଦୁଇଟି ଇ-ମୋଟର ସାଇକେଲ ।

ଏମ୍.କମ୍ ବିଦ୍ୟାର୍ଥୀଙ୍କ ବିଜ୍ଞାନୀ କାର୍ଯ୍ୟ: ପ୍ରସ୍ତୁତ କଲେ ଇ-ସାଇକେଲ ଓ ବାଇକ୍

ମନ ଭିତରେ ରହିଥିବା ପ୍ରବଳ ଇଚ୍ଛାଶକ୍ତିକୁ ନେଇ ସେ ଏକାଗ୍ରତାର ସହକାରେ ଏଭଳି ସଫଳତା ହାସଲ କରିଥିବା ବେଳେ ମାତ୍ର ତିନି ଘଣ୍ଟା ଚାର୍ଜ କରାଯିବା ପରେ ଏହି ଇ-ସାଇକେଲ ଏବଂ ଇ-ମୋଟର ସାଇକେଲ ପ୍ରାୟ ୬୦ କିଲୋମିଟର ଚାଲିପାରିବ ବୋଲି କହିଛନ୍ତି ଅକ୍ଷୟ । ପ୍ରଥମେ ଅକ୍ଷୟ ଇ-ସାଇକେଲ ନିର୍ମାଣ କରି ସଫଳତା ପାଇବା ପରେ ନିଜର ପୁରାତନ ପଲସର୍ ମୋଟର ସାଇକେଲ ଏବଂ ଗୋଟିଏ ସ୍କୁଟି ମୋଟର ସାଇକେଲକୁ ବିଦ୍ୟୁତ ଚାଳିତ କରିବାରେ ସଫଳ ହୋଇଛନ୍ତି ।


ପିଲାଟି ଦିନରୁ କିଛି ନା କିଛି ନୂଆ କରିବାର ଜିଜ୍ଞାସା ମନ ଭିତରେ ରହିଆସିଥିବା ବେଳେ ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମକୁ ନେଇ କିଛି ନୂଆ ନିର୍ମାଣ କରିବାକୁ ଯାଇ ଏଭଳି ପ୍ରସ୍ତୁତ କରିଥିବା ସେ କହିଛନ୍ତି । ଅକ୍ଷୟ ଏହିପରି ଇ-ସାଇକେଲ ପ୍ରସ୍ତୁତ କରିବା ପୂର୍ବରୁ କିଛି ଗବେଷଣା କରିବା ସହ ୟୁ-ଟ୍ୟୁବ୍ ସହାୟତାରେ ଏଭଳି ନିର୍ମାଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଯାହାକୁ ନେଇ ପ୍ରଥମ ସଫଳତା ମିଳିଯିବା ପରେ ପୁଣି ମନ ବଳାଇଥିଲେ ଇ-ମୋଟର ସାଇକେଲ ନିର୍ମାଣ କରିବା ପାଇଁ । ଏଥିନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀକୁ ନିଜେ ହିଁ ପ୍ରସ୍ତୁତ କରିଥିବା ବେଳେ କିଛି ସରଞ୍ଜାମ ବଜାରରୁ କ୍ରୟ କରି ବହୁତ କମ୍ ଦିନ ମଧ୍ୟରେ ନିଜେ ସଫଳତା ପାଇପାରିଥିବାରୁ ଏହାକୁ ନେଇ ବେଶ୍ ଖୁସି ରହିଥିବା ବେଳେ ପରିବାରବର୍ଗ ମଧ୍ୟ ପୁଅର ସଫଳତା ନେଇ ବେ୍ଶ ଖୁସି । ଅକ୍ଷୟଙ୍କ ଏହି ଇ-ସାଇକେଲ ଓ ଇ-ମୋଟର ସାଇକେଲର ଘଣ୍ଟା ପ୍ରତି ବେଗ ଘଣ୍ଟା ୪୦ କିଲୋମିଟର ରହିଥିବା ବେଳେ ଏଥିପାଇଁ ତାଙ୍କୁ ୨୫ ରୁ ୩୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ପଡିଥିବା କହିଛନ୍ତି ।

ବୈଦେଶିକ ବଜାରରେ ତୈଳଦର ବୃଦ୍ଧି ଯୋଗୁଁ ନିୟମିତ ଭାବରେ ଦେଶରେ ତୈଳର ଅହେତୁକ ବୃଦ୍ଧି ସାଙ୍ଗକୁ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଦିନକୁ ଦିନ ଇ-ମୋଟର ସାଇକେଲର ଚାହିଦା ବୃଦ୍ଧଇ ପାଉଛି । ଆଉ ଏଭଳି ସମୟରେ ମଧ୍ୟବିତ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ନିଜର ପୁରୁଣା ଯାନବାହାନକୁ ଏଭଳି ଇ-ବାଇକରେ ପରିଣତ କରିବା ପାଇଁ ଅକ୍ଷୟଙ୍କ ଉଦ୍ୟମ ସତରେ ଅତ୍ୟନ୍ତ ପ୍ରଶଂସନୀୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 31, 2021, 8:31 PM IST

ABOUT THE AUTHOR

...view details