ବ୍ରହ୍ମପୁର: ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମୁଳା ଗ୍ରାମରେ ହୋଇଥିବା ସୁଶାନ୍ତ ସାହୁ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଗିରଫ ବ୍ୟକ୍ତି ଜଣକ ହେଲେ ଲିଣ୍ଟା ଓରଫ ସୁଶାନ୍ତ ଜେନା । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରୁଥିବାରୁ ଖୁବ୍ ଶ୍ରୀଘ୍ର ଏହି ହତ୍ୟାକାଣ୍ଡର ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହେବେ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।
ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିଲେ ଗୋପିନାଥ ରଣା, ସମୟ ରଣା, ଚନ୍ଦନ ରଣା ସମେତ ଦୁଇ ମୁଖ୍ୟ ଅଭିଯୁକ୍ତ । ତିନୋଟି ମୋଟର ସାଇକେଲରେ ଆସି ଘଟଣା ଦିନ ସୁଶାନ୍ତଙ୍କ ଉପରକୁ ଆକ୍ରମଣ କରିବା ସହ ବୋମାମାଡ କରିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଭାବରେ ଜଣେ ମହିଳାକୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାଯାଇଛି ।