ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଞ୍ଚଳରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଯୁବକ ଜଣକ ନିଜ ଦେହର ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଜିଲ୍ଲା ସୋରଡା ଥାନା ନିକଟ ଦାରିଙ୍ଗିବାଡି ଘାଟିର 13 ନମ୍ବର ଟର୍ଣ୍ଣିଂରେ ଯୁବକଙ୍କ ମୃତଦେହ ମିଳିବା ପରେ ପୋଲିସ ପ୍ରାଥମିକ ତଦନ୍ତରୁ ଏ ସମ୍ପର୍କରେ ସୂଚନା ମିଳିଛି ।
ମୃତ ଯୁବକ ଜଣକ ହେଲେ ସୋରଡା ଗାଙ୍ଗପୁର ଗ୍ରାମର ଚିତ୍ତ ରଞ୍ଜନ ବିଷୋୟୀ । ସେ ବିବାହିତ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇଟି ସନ୍ତାନଙ୍କ ସହ ବାସ କରୁଥିଲେ । ମିଳିଥିବା ସୂଚନା ଅନୁସାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ ଘଟଣାସ୍ଥଳରୁ ବାଇକ ରାସ୍ତା କଡ଼ରେ ରଖାଯାଇଥିବାବେଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ଘାଟିର 50 ଫୁଟ ତଳୁ ଉଦ୍ଧାର କରାଯାଇଛି । ଏହାସହ ଘଟଣାସ୍ଥଳରୁ ପୋଲିସ ଫିନାଇଲ ବୋତଲ, ଦିଆସିଲି, ପେଟ୍ରୋଲ ବୋତଲ, ପୋଡା ଚପଲ ସହିତ ରାସ୍ତା କଡରେ ପୋଡା ଅଂଶକୁ ଚିହ୍ନଟ କରିଛି ପୋଲିସ ।