ଓଡିଶା

odisha

By ETV Bharat Odisha Team

Published : Dec 31, 2023, 10:03 PM IST

ETV Bharat / state

ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ୍‌, 40ରୁ ଉର୍ଦ୍ଧ୍ବ ଆହାତ

Picnic Bus Overturned In Taptapani : ବଣଭୋଜି କରି ଫେରୁଥିବା ସମୟରେ ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ । ଦୁର୍ଘଟଣାରେ ୩୫ ରୁ ୪୦ ଜଣ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଅଧିକ ପଢ଼ନ୍ତୁ

ଘାଟିରେ ଓଲଟିଲା ଘରୋଇ ବସ
ଘାଟିରେ ଓଲଟିଲା ଘରୋଇ ବସ

ଘାଟିରେ ଓଲଟିଲା ଘରୋଇ ବସ

ବ୍ରହ୍ମପୁର: ନୂଆବର୍ଷ ପୂର୍ବରୁ ବଡ଼ ଅଘଟଣ । ବଣଭୋଜି ସାରି ଫେରୁଥିବା ସମୟରେ ଘାଟିରେ ଓଲଟିଲା ପଡ଼ିଲା ଘରୋଇ ବସ୍ । ଦୁର୍ଘଟଣାରେ ୩୫ରୁ ୪୦ ଊର୍ଦ୍ଧ୍ୱ ଯାତ୍ରୀ ଆହତ । ଆହାତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ।

ସୂଚନା ଅନୁଯାୟୀ ପୁରୁଣା ବର୍ଷକୁ ବିଦାୟ ଦେବା ଅବସରରେ ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତ ପାଟଣାଗାଁର ୬୫ ବନ୍ଧୁ ଓ ପରିବାର ବର୍ଗ ମିଳିତ ଭାବରେ ଗଞ୍ଜାମ–ଗଜପତି ଜିଲ୍ଲା ସୀମାନ୍ତ ଜିରାଙ୍ଗ ଅଞ୍ଚଳକୁ ବୁଲିବା ସହିତ ବଣଭୋଜି କରିବା ପାଇଁ ଯାଇଥିଲେ । ସେଠାରୁ Rizwani ନାମକ ଘରୋଇ ବସ୍‌ ମାଧ୍ୟମରେ ଗଞ୍ଜାମ ତପ୍ତପାଣି, ଗଜପତି ଜିଲ୍ଲା ଜିରାଙ୍ଗ ଖସଡ଼ା ଦେଇ ଗାଁକୁ ଫେରୁଥିଲେ । ଫେରିବା ବାଟରେ ତପ୍ତପାଣି ଘାଟି ନିକଟରେ ଗାଡ଼ିଟି ଅଚାନକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ବସ୍‌ ମଧ୍ୟରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ଛଅ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସାମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବସ୍‌ରେ ଥିବା ଅନ୍ୟ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ

ତେବେ ଏଭଳି ପିକନିକ୍ ବସ୍ ଦୁର୍ଘଟଣା ହୋଇଥିବା ଖବର ପାଇବା ପରେ ଆହାତ ଓ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ । ସେପଟେ ଦୁର୍ଘଟଣା ହୋଇଥିବା ଖବର ପାଇ ତୁରନ୍ତ ପୋଡ଼ାମାରି ଫାଣ୍ଡି ଅଧିକାରୀ ଓ ତାଙ୍କ ଟିମ୍ ସମେତ ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ୫ଟି ୧୦୮ ଆମ୍ବୁଲାନ୍ସ ଓ ୨ଟି ଅଗ୍ନିଶମ ବିଭାଗର ଗାଡ଼ିରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗଞ୍ଜାମ ଓ ଗଜପତି ସୀମାନ୍ତର ତପ୍ତପାଣି ଘାଟି ଦେଇ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଜିରାଙ୍ଗ, ଖସଡା ଭଳି ସ୍ଥାନକୁ ଯାଉଥିବା ବେଳେ ଏପରି ବାରମ୍ୱାର ଦୁର୍ଘଟଣା ଘଟୁଥିବା ନଜର ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details