ଓଡିଶା

odisha

By

Published : Jul 15, 2021, 9:54 PM IST

ETV Bharat / state

ଲଗାଣ ବର୍ଷା ପୂର୍ବରୁ ଛାତିରେ ଛନକା, ବିପଦସଙ୍କୁଳ ଘରେ ବ୍ରହ୍ମପୁରର ଅନେକ ପରିବାର

ବର୍ଷା ଆରମ୍ଭରୁ ଛାତିରେ ପଶିଲାଣୀ ଛନକା । ବର୍ଷା ପୁଣି ଧୋଇ ନବନି ତ ଘର.. ପୁଣି ସୃଷ୍ଟି କରିବନିତ ବିପଦ । ବର୍ଷା ଦିନ ଆସିଲେ ମନରେ ଠିକ୍ ଏମିତି କିଛି ପ୍ରଶ୍ନ ଉଙ୍କି ମାରିବା ସହ ଭୟବିତ ହୋଇଥାନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

ଲଗାଣ ବର୍ଷା ପୂର୍ବରୁ ଚିନ୍ତାରେ ବିପଦସଙ୍କୁଳ ଘରେ ରହିଥିବା ବ୍ରହ୍ମପୁରର  ଅନେକ ପରିବାର
ଲଗାଣ ବର୍ଷା ପୂର୍ବରୁ ଚିନ୍ତାରେ ବିପଦସଙ୍କୁଳ ଘରେ ରହିଥିବା ବ୍ରହ୍ମପୁରର ଅନେକ ପରିବାର

ବ୍ରହ୍ମପୁର:ଲଗାଣ ବର୍ଷା ଆରମ୍ଭ ହେବା ପୂର୍ବରୁ ଚିନ୍ତାରେ ବିପଦସଙ୍କୁଳ ଘରେ ରହିଥିବା ଅନେକ ପରିବାର । ବ୍ରହ୍ମପୁର ସହରର ବିଭିନ୍ନ ବସ୍ତିରେ ରହିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ପୁରୁଣା ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଲଗାଣ ବର୍ଷାର ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେଉଛି ।

ଗୋଟିଏ ପଟେ ଗରିବୀ ସାଙ୍ଗକୁ ପକ୍କା ଘର ନଥିବା ଯୋଗୁଁ ଯେନତେନ ପ୍ରକାରେ ପରିବାର ପତିପୋଷଣ କରି ଆସୁଥିବା ପରିବାର ଏବେ ଚିନ୍ତାରେ । ପୂର୍ବରୁ ହୋଇଥିବା ଅନେକ ବର୍ଷା ଏବଂ ଲଘୁଚାପର ପ୍ରଭାବରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ରହିଥିବା ଏଭଳି ବିପଦସଙ୍କୁଳ ଗୃହ ଗୁଡିକ ପଡି ଅନେକଙ୍କ ଜୀବନ ଯାଇଥିବା ବେଳେ ଧନସମ୍ପତ୍ତି ନଷ୍ଟ ହୋଇଥିବା ଦେଖାଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆବାସ ଯୋଜନାର ଗୃହ ନିର୍ମାଣ ପ୍ରତି ଅନେକ ପରିବାର ନାପସନ୍ଦ କରିବା ସହିତ ସେମାନେ ରହୁଥିବା ସ୍ଥାନରେ ହିଁ ସ୍ଥାୟୀ ଗୃହ ଯୋଗାଇଦେଲେ ଅନେକ ସୁବିଧା ହୋଇପାରନ୍ତା ବୋଲି କୁହାଯାଇଛି ।

ଲଗାଣ ବର୍ଷା ପୂର୍ବରୁ ଛାତିରେ ଛନକା, ବିପଦସଙ୍କୁଳ ଘରେ ବ୍ରହ୍ମପୁରର ଅନେକ ପରିବାର

ଅନ୍ୟପଟେ ସହରରେ ଅନେକ ପୁରୁଣା କୋଠା ରହିଥିବା ବେଳେ ସେଥିମଧ୍ୟରୁ କେତେକ ସରକାରୀ କାର୍ଯ୍ୟାଳୟ କିମ୍ବା କ୍ବାର୍ଟର ହୋଇଥିଲେ ମଧ୍ୟ ସେଥିମଧ୍ୟରୁ କେଉଁଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ତାହର ସ୍ଥିତି ମଧ୍ୟ ନିୟମିତ ବ୍ୟବଧାନରେ ଅନୁଧ୍ୟାନ କରାଯାଉନଥିବା କୁହାଯାଇଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବର୍ଷା ଦିନ ଆସିବା ପୂର୍ବରୁ ସହରର ୧୩ ଟି ସ୍ଥାନକୁ ଚିହ୍ନଟ କରାଯାଇ ସତର୍କତା ରଖାଯାଇଥିବା ମହାନଗର ନିଗମର କମିଶନର ସୂଚନାଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ଏ ନେଇ ସମସ୍ତ ପ୍ରକାର ସତର୍କ ରହିଥିବା କହିଛନ୍ତି ଜିଲ୍ଲାପାଳ ।

ଗତ କିଛି ବର୍ଷର ଜିଲ୍ଲାପ୍ରଶାସନର ରିପୋର୍ଟ ଅନୁଧ୍ୟାନ କଲେ ଜଣାପଡେ ଜିଲ୍ଲାରେ ବାତ୍ୟା ଓ ବନ୍ୟା ସହ ଲଗାଣ ବର୍ଷା ଯୋଗୁଁ ଅନେକ ଗୃହ ଭାଙ୍ଗିଥିବା ସହ ବହୁ ବ୍ୟକ୍ତିବିଶେଷ ଙ୍କ ଜୀବନ ଯାଇଛି। ବିଶେଷତଃ ୨୦୦୬ -୨୦୧୫ ମସିହା ମଧ୍ୟରେ ବନ୍ୟା ଯୋଗୁଁ ୩୭୦୯ ଘର ଭାଙ୍ଗିଥିବା ବେଳେ 16ଜଣଙ୍କ ମୃତ୍ୟୁ ହୋଇଥିଲା । ବାତ୍ୟା ଯୋଗୁଁ ପ୍ରାୟ ୩ଲକ୍ଷ ୮୯ ହଜାର ୩୨ ଗୋଟି ଘର ଭାଙ୍ଗିଥିବା ବେଳେ ଓ 17 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୨୦୧୮ରେ ବାତ୍ୟା ତିତିଲି ଯୋଗୁଁ ୨୪ହଜାର ୭୦ ଗୋଟି ଘର ଆଶିଂକ ଓ ସଂପୂର୍ଣ ଭାଙ୍ଗିବା ସହ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details