ବ୍ରହ୍ମପୁର: କଥାରେ ଅଛି ଦୃଢ ମନୋବଳ ଆଗରେ ସବୁ ସମସ୍ୟା ତୁଚ୍ଛ । ଗଞ୍ଜାମ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଏକ କୋଭିଡ ମେଡିକାଲରେ ଜଣେ କୋରୋନା ରୋଗୀ ନିଜ ବେଡ୍ ଉପରେ ଚାଟାର୍ଡ ଆକାଉଣ୍ଟାଣ୍ଟ (CA) ପରୀକ୍ଷା ନେଇ ପଢୁଥିବାର ଦେଖିବାକୁ ମିଳିଛି ।
କୋରୋନା ରୋଗୀଙ୍କ କ୍ୟାରିୟର ଚିନ୍ତା, ବେଡ୍ରେ CA ପରୀକ୍ଷା ପ୍ରସ୍ତୁତି - କୋଭିଡ ମେଡିକାଲରେ କୋରୋନା ରୋଗୀଙ୍କ CA ପ୍ରସ୍ତୁତି
ଗଞ୍ଜାମ ଜିଲ୍ଲାର ଏକ କୋଭିଡ ମେଡିକାଲରେ ଜଣେ କୋରୋନା ରୋଗୀ ନିଜ ବେଡ୍ ଉପରେ ଚାଟାର୍ଡ ଆକାଉଣ୍ଟାଣ୍ଟ (CA) ପରୀକ୍ଷା ନେଇ ପଢୁଥିବାର ଦେଖିବାକୁ ମିଳିଛି ।
![କୋରୋନା ରୋଗୀଙ୍କ କ୍ୟାରିୟର ଚିନ୍ତା, ବେଡ୍ରେ CA ପରୀକ୍ଷା ପ୍ରସ୍ତୁତି କୋରୋନା ରୋଗୀଙ୍କ ଭବିଷ୍ୟତ ଚିନ୍ତା](https://etvbharatimages.akamaized.net/etvbharat/prod-images/768-512-11567971-thumbnail-3x2-index.jpg)
କୋରୋନା ରୋଗୀଙ୍କ ଭବିଷ୍ୟତ ଚିନ୍ତା
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ ମେଡିକାଲ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେ ଏହି ଦୃଶ୍ୟ ଦେଖିଥିଲେ । ଏହାପରେ ସେ ଏହି ଦୃଶ୍ୟର ଏକ ଫଟୋ ଉଠାଇ ଟ୍ବିଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ସଫଳତା କେବେ ଅକସ୍ମାତ ନୁହେଁ, ତୁମର ସମର୍ପଣ ଦରକାର । ତୁମର ସମର୍ପଣ ଭାବ ତୁମର ଯନ୍ତ୍ରଣା ଭୁଲିଯାଏ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 28, 2021, 4:40 PM IST