ଭଞ୍ଜନଗର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାମ୍ପୁଡ଼ି ଗାଁରେ ଗୁଳିକାଣ୍ଡ l ଏଥିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ପୂର୍ବ ଶତୃତାକୁ ନେଇ ଗାଁର କାର୍ତ୍ତିକ ଶବରଙ୍କୁ ଗୁଳି କରି ହତ୍ୟା କରିଛି ଲଡୁ ଶବର । ପରେ ଘଟଣାସ୍ଥଳରେ ହିଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅଭିଯୁକ୍ତ ଚମ୍ପଟ ମାରିଥିଲା ।