ଓଡିଶା

odisha

ETV Bharat / state

ସ୍କ୍ରାପ୍‌ରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗଢିଦେଲେ ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ - ଅଦରକାରୀ ସ୍କ୍ରାପରୁ ଗାନ୍ଧୀଙ୍କ ଗାନ୍ଧୀଙ୍କ ମୂର୍ତ୍ତି

ବ୍ରହ୍ମପୁର ସରକାରୀ ଆଇଟିଆଇରେ ଶହେ କିଲୋ ସ୍କ୍ରାପରେ ପ୍ରସ୍ତୁତ ହୋଇଛି ୬ ପୁଟ ଉଚ୍ଚତାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ଅଦରକାରୀ ପଙ୍ଖା ଗୁଡିକର ପ୍ରାୟ ୧୬ ଶହ ବେରିଂକୁ ସଂଗ୍ରହ କରି ଏହି ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ନଷ୍ଟରୁ ଶ୍ରେଷ୍ଠ: ଶହେ କିଲୋ ସ୍କ୍ରାପରେ ପ୍ରସ୍ତୁତ ହୋଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ନଷ୍ଟରୁ ଶ୍ରେଷ୍ଠ: ଶହେ କିଲୋ ସ୍କ୍ରାପରେ ପ୍ରସ୍ତୁତ ହୋଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

By

Published : Oct 2, 2022, 9:52 PM IST

ବ୍ରହ୍ମପୁର: ଶହେ କିଲୋ ସ୍କ୍ରାପରେ ପ୍ରସ୍ତୁତ ହେଲା ୬ ପୁଟ ଉଚ୍ଚତା ବିଶିଷ୍ଟ ବାପୁଙ୍କ ପ୍ରତିମୂର୍ତ୍ତି । ସହରର ବିଭିନ୍ନ ଅଦରକାରୀ ସ୍କ୍ରାପରୁ ସୁନ୍ଦର ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରି ଅନେକ କୃତିତ୍ବ ହାସଲ କରିଛି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର । ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଗାନ୍ଧୀ ଜୟନ୍ତୀ ଅବସରରେ ଶହେ କିଲୋଗ୍ରାମ ଅଦରକାରୀ ଲୁହାରେ ପ୍ରସ୍ତୁତ କରିଛନ୍ତି 6 ଫୁଟ ଉଚ୍ଚତା ବିଶିଷ୍ଟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ।

ନଷ୍ଟରୁ ଶ୍ରେଷ୍ଠ: ଶହେ କିଲୋ ସ୍କ୍ରାପରେ ପ୍ରସ୍ତୁତ ହୋଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନଷ୍ଟରୁ ଶ୍ରେଷ୍ଠ

ନଷ୍ଟରୁ ଶ୍ରେଷ୍ଠ ଆହ୍ବାନକୁ ନେଇ ବିଭିନ୍ନ ଅଦରକାରୀ ସ୍କ୍ରାପରୁ ସୁନ୍ଦର ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରି ଉଦାହରଣ ସାଜିଥିବା ରେଶମ ସହର ବ୍ରହ୍ମପୁରର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ବିଦ୍ୟାର୍ଥୀମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ଦେଶ ସ୍ବାଧୀନର ୭୫ ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧୀ ଜୟନ୍ତୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ୬ ଫୁଟର ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ବିଦ୍ୟାର୍ଥୀମାନେ ସହରର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ପଙ୍ଖା ଗୁଡିକର ପ୍ରାୟ ୧୬ ଶହ ବେରିଂକୁ ସଂଗ୍ରହ କରିବା ପରେ ଏକ ସ୍କ୍ରାପ ପ୍ରସ୍ତୁତ କରିଥିଲେ । ଏଗୁଡ଼ିକ ବ୍ୟବହାର କରି ପ୍ରାୟ ଦୁଇ ସପ୍ତାହ ଅକ୍ଲାନ୍ତ ପରିଶ୍ରମ କରି ଛାତ୍ରଛାତ୍ରୀମାନେ ଏଭଳି ସୁନ୍ଦର କଳାକୃତି ପ୍ରସ୍ତୁତ କରିପାରିଛନ୍ତି ।

ଇଣ୍ଡିଆ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ରହିଛି ନାଁ

ଦକ୍ଷତା ବିକାଶ କ୍ଷେତ୍ରରେ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର । ପୂର୍ବରୁ ବୃହତ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ୍ ଡିଜାଇନ କରି ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା ଏହି ଅନୁଷ୍ଠାନର ନାଁ । ଏହି ଶିକ୍ଷାନୁଷ୍ଠାନ ପରିସରରେ ସବୁଠାରୁ ବଡ ଗିଟାର, ଲୌହ ମାନବ, ଡଲଫିନ୍, କଇଁଛ, ହେଲିକେପ୍ଟର, କୃଷ୍ଣସାର ମୃଗ ଏବଂ ରୋବର୍ଟ ଭଳି ୨୦ ପ୍ରକାର କଳାକୃତି ରହିଥିବା ନେଇ ଏହି ରେକର୍ଡର ଅଧିକାରୀ ହୋଇଥିଲା ବ୍ରହ୍ମପୁରର ସରକାରୀ ଆଇଟିଆଇ । ପୂର୍ବରୁ ଏଠାରେ ଥିବା ସ୍କାର୍ପ ପାର୍କକୁ ଭାରତର ବୃହତ୍ତମ ପାର୍କ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ମଧ୍ୟ ନାମିତ କରାଯାଇଛି ।

ମୁଖ୍ୟତଃ ବ୍ରହ୍ମପୁର ସରକାରୀ ଆଇଟିଆଇର ଫିଟର ଓ ପେଣ୍ଟର ଭଳି ବିଭାଗର ବିଦ୍ୟାର୍ଥୀଙ୍କ ସହିତ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନେ ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ଏଭଳି ପ୍ରତମୂର୍ତ୍ତି ପ୍ରସ୍ତୁତ କରିବାକୁ ସ୍ଥିର କରିଥିଲେ । ଏହାକୁ ଶିକ୍ଷାନୁଷ୍ଠାନ ପରିସରରେ ସ୍ଥାପନ କରାଯିବ । ଏହା ଆଗାମୀ ଦିନରେ ବିଦ୍ୟାର୍ଥୀଙ୍କୁ ଅନେକ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଇଛି । ସେପଟେ ପୂର୍ବରୁ ନଷ୍ଟରୁ ଶ୍ରେଷ୍ଠ ଆହ୍ବାନରେ ବିଭିନ୍ନ କଳାକୃତି ଏଠାରେ ପ୍ରସ୍ତୁତ ହେଉଥିବାବେଳେ, ଏଥର ସ୍ବଚ୍ଛତାରୁ ଦକ୍ଷତାର ବାର୍ତ୍ତାନେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କରାଯାଇଥିବା କହିଛନ୍ତି ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details