ଓଡିଶା

odisha

ETV Bharat / state

ଇତିହାସ ପୃଷ୍ଠାରେ ଆଜି ବି ଜୀବନ୍ତ 'ହୁମ୍ମା ଲବଣ ସତ୍ୟାଗ୍ରହ' - ଗଞ୍ଜାମ ଜିଲ୍ଲାର ହୁମ୍ମା

ଲବଣ ସତ୍ୟାଗ୍ରହରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ଏହି ଆନ୍ଦୋଳନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ସାମିଲ ହୋଇଥିଲେ ହଜାର ହଜାର ଲବଣ ସତ୍ୟାଗ୍ରହୀ। ଯାହାକି ଇତିହାସ ପୃଷ୍ଠାରେ ଜୀବନ୍ତ ହୋଇରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 18, 2019, 9:05 AM IST

ବ୍ରହ୍ମପୁର: ଭାରତକୁ ସ୍ବାଧୀନତା ଆଣିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଆନ୍ଦୋଳନ । ସେଥିମଧ୍ୟରୁ ଲବଣ ସତ୍ୟାଗ୍ରହରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳର ଭୂମିକା ଗୁରୁତ୍ବପୂର୍ଣ୍ଣ । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ଏହି ଆନ୍ଦୋଳନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଡାକରାରେ ସାମିଲ ହୋଇଥିଲେ ହଜାର ହଜାର ଲବଣ ସତ୍ୟାଗ୍ରହୀ। ଯାହାକି ଇତିହାସ ପୃଷ୍ଠାରେ ଜୀବନ୍ତ ହୋଇରହିଛି ।

ଏପରିକି ନିଜ ଜମିରେ ଚାଷୀମାନେ ଲୁଣ ମାରି ଗୋରା ସରକାରଙ୍କ ଜୁଲମକୁ ପ୍ରତିବାଦ କରିଥିଲେ । ହୁମ୍ମାର ସେହି ଲବଣ ଶ୍ରମିକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ମହାତ୍ମାଗାନ୍ଧୀ । ଏପରିକି ବାପୁଜୀ ଟ୍ରେନ ଯୋଗେ ରମ୍ଭାରେ ପହଞ୍ଚିବା ପରେ ସେଠାରୁ ପାଦରେ ଚାଲି ଚାଲି ହୁମ୍ମା ପହଞ୍ଚି ଲବଣ ସତ୍ୟାଗ୍ରହ ପଡିଆରେ ପହଞ୍ଚି ଉପସ୍ଥିତ ଆନ୍ଦୋଳନକାରୀ ସହ ଆଲୋଚନା କରିବା ସହ ଉଦବୋଧନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅନ୍ୟପଟେ ଲବଣ ସତ୍ୟାଗ୍ରହ ଇତିହାସରେ ହୁମ୍ମା ଅଞ୍ଚଳ ଇତିହାସର ଏକ ମୁକସାକ୍ଷୀ ପାଲଟିଥିଲା। ଏହାକୁ ଛାଡି ୧୯୨୭ ମସିହାର ଡିସେମ୍ବର ୩୦ ତାରିଖରେ ବାପୁଜୀ ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରିଥିବା ଭିଜିଟର ବୁକରେ ରହିଥିବା ତାଙ୍କ ସ୍ବାକ୍ଷରରୁ ସ୍ପଷ୍ଟ ହୋଇଥାଏ । ଏପରିକି ସ୍ବାଧୀନତା ଆନ୍ଦୋଳନ ସମୟରେ ଦେଶର ବହୁ ନେତୃବୃନ୍ଦ ରମ୍ଭା ରାଜପ୍ରସାଦରେ ଅବସ୍ଥାନ କରି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବୈଠକ କରିଥିବା ଜଣାପଡେ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details