ଓଡିଶା

odisha

ETV Bharat / state

ଗୁଣିଗାରେଡ଼ିକୁ ନେଇ ଗାଁ ଅଶାନ୍ତ, ଏତଲାକାରୀଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା - ଗୁଣିଗାରେଡ଼ିକୁ ନେଇ ଗାଁ ଅଶାନ୍ତ

ଗଞ୍ଜାମ କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଅଶାନ୍ତ ହୋଇଉଠିଥିଲା ପରିବେଶ । ଏ ନେଇ ସ୍ଥାନୀୟ ବାସନ୍ଦା ଏତଲା ଦେବା ପରେ ତାଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

ଗୁଣିଗାରେଡ଼ିକୁ ନେଇ ଗାଁ ଅଶାନ୍ତ, ଏତଲାକାରୀଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା
ଗୁଣିଗାରେଡ଼ିକୁ ନେଇ ଗାଁ ଅଶାନ୍ତ, ଏତଲାକାରୀଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା

By

Published : Oct 27, 2022, 5:45 PM IST

Updated : Oct 27, 2022, 6:59 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ପୁଣି ଗୁଣିଗାରେଡି ସନ୍ଦେହରେ ଦେଖିବାକୁ ମିଳିଛି ଉତ୍ତେଜନା । ଜିଲ୍ଲାର କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ କିଛି ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗାଁରେ ଅଶାନ୍ତି ଲାଗିଥିବାରୁ ସ୍ଥାନୀୟ ବ୍ୟକ୍ତି ଏତଲା ଦେବା ପରେ ତାଙ୍କ ପତ୍ନୀଙ୍କୁ ପିଟି ପିଟି ଗ୍ରାମବାସୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁଣିଗାରେଡ଼ିକୁ ନେଇ ଗାଁ ଅଶାନ୍ତ, ଏତଲାକାରୀଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା

ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି (ବୁଧବାର) ଗ୍ରାମରେ ରାଜେନ୍ଦ୍ର ନାୟକଙ୍କ ସମେତ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ଆହତ ହୋଇଥିବା ରାଜେନ୍ଦ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଗ୍ରାମରେ ଅଶାନ୍ତି ଲାଗି ରହିବା ପରେ ଏହାକୁ ନେଇ ଯୁଧିଷ୍ଠିର ନାୟକ ନାମକ ବ୍ୟକ୍ତି ଏତଲା ଦେଇଥିଲେ । ଏହାକୁ ନେଇ ଅଭିଯୁକ୍ତମାନେ ତାଙ୍କ ପତ୍ନୀଙ୍କୁ ଝୁନୁ ନାୟକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ତ୍ରିକୋଣୀୟ ପ୍ରେମ, ପ୍ରେମିକା ଫଟୋ ଡିଲିଟ୍ ନକରିବାରୁ ଯୁବକଙ୍କୁ ହତ୍ୟା

ସେପଟେ ଘଟଣା ପରେ ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପୋଲସରା, ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହିତ ଚାରି ପ୍ଲାଟୁନ୍ ପୋଲିସ ଫୋର୍ସ ଚଢାଉ କରିବା ସହ ଗ୍ରାମର ୧୦ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଅଟକ ରଖାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ଏ ନେଇ ଆହତ ବ୍ୟକ୍ତି ରାଜେନ୍ଦ୍ର ନାୟକଙ୍କ ପୁଅ କହିଛନ୍ତି, "ଗାଁରେ କୌଣସି ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ବାପାଙ୍କୁ ପଚାରିଥିଲେ । ଆଉ ଉକ୍ତ ବ୍ୟକ୍ତିଙ୍କ ଘର କେଉଁଠି ବୋଲି ପଚାରିଥିଲେ । ପୋଲିସ କର୍ମଚାରୀ ଘରୁ ଯିବା ପରେ ଗାଁ ଲୋକେ ଆସି ବାପାଙ୍କୁ ମାଡ଼ ମାରିଥିଲେ । ସେମାନଙ୍କୁ ଗୁହାରି କରିବା ପରେ ମଧ୍ୟ ନୃଶଂସ ଭାବେ ସେମାନେ ଆକ୍ରମଣ କରିଥିଲେ ।"

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 27, 2022, 6:59 PM IST

ABOUT THE AUTHOR

...view details