ଓଡିଶା

odisha

ETV Bharat / state

ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ, ନିଜ ଗଳା କାଟିବା ବେଳେ ନିର୍ଧୁମ ପିଟିିଲେ ଗ୍ରାମବାସୀ - ganjam

ପ୍ରେମିକାର ଓ ତାର ପୁଅର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବାଲିପଦର ଅନ୍ତର୍ଗତ ଝୋଲରୀ ଗ୍ରାମରେ । ଅଧିକ ପଢନ୍ତୁ...

mad-lover-in-ganjam
ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ

By

Published : Oct 6, 2020, 10:30 AM IST

ଭଞ୍ଜନଗର: ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବାଲିପଦର ଅନ୍ତର୍ଗତ ଝୋଲରୀ ଗ୍ରାମରେ । ସୋମବାର ରାତିରେ ଅନୈତିକ ସଂପର୍କରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ରୂପ ନାରାୟଣ ଦଳବେହେରା ଏକ ଧାରୁଆ ଛୁରୀ ସାହାଯ୍ୟରେ ମହିଳା ପ୍ରେମିକାର ଗଳା କାଟିବା ସହ ମହିଳାଙ୍କ ୭ ବର୍ଷର ପୁଅର ମଧ୍ୟ ଗଳା କାଟି ଦେଇଛି ।

ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ

ମା ଓ ପୁଅର ଚିତ୍କାର ଶୁଣି ସାହି ପଡୋଶୀ ଓ ଗାଁ ଲୋକ ଆସି ପହଞ୍ଚି ଯାଇଥିଲେ। ଗାଁ ଲୋକଙ୍କ ଆଗରେ ରୂପ ନାରାୟଣ ନିଜ ତଣ୍ଟି କାଟିବାକୁ ଚେଷ୍ଟା ମଧ୍ୟ କରିଥିଲା। ପରେ ଗାଁ ଲୋକ ରୂପ ନାରାୟଣକୁ ଧରି ମାଡ ମାରିଥିଲେ। ଖବର ପାଇ ବୁଗୁଡା ପୋଲିସ ପହଁଚି ତିନିଜଣକୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ।

ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ ତାଙ୍କ ପୁଅଙ୍କୁ ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ରୁପନାରାୟଣକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details