ଓଡିଶା

odisha

ETV Bharat / state

ମେ’ ୧୫ରେ ମାଆ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ - ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର

ଦେଶର ପ୍ରମୁଖ ଶକ୍ତିପୀଠ ଭାବରେ ପରିଚିତ ତଥା ରାଜ୍ୟର ପର୍ଯ୍ୟଟନ ସ୍ଥଳୀର ଶୋଭା ବର୍ଦ୍ଧନ କରୁଥିବା ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ପାଇଁ ଆସନ୍ତା ମଇ ୧୫ରୁ ୨୦ ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇଛି । ଏଥିସହ ପ୍ରତିଷ୍ଠା ପୂର୍ବରୁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

ମଇ ୧୫ରେ ମା ତାରାତାରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ମଇ ୧୫ରେ ମା ତାରାତାରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

By

Published : Apr 25, 2022, 1:09 PM IST

ବ୍ରହ୍ମପୁର: ଦେଶର ପ୍ରମୁଖ ଶକ୍ତିପୀଠ ଭାବରେ ପରିଚିତ ତଥା ରାଜ୍ୟର ପର୍ଯ୍ୟଟନ ସ୍ଥଳୀର ଶୋଭା ବର୍ଦ୍ଧନ କରୁଥିବା ମା ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ପାଇଁ ଆସନ୍ତା ମଇ ୧୫ରୁ ୨୦ ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇଛି । ଏଥିସହ ପ୍ରତିଷ୍ଠା ପୂର୍ବରୁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ତେବେ ମଇ ୧୫ ତାରିଖ ଦିନ ଏହି କାର୍ଯ୍ୟ ଆୟୋଜନ ନେଇ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମାଙ୍କ ଆଜ୍ଞା ନେଇ ରବିବାର ଏହି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ।

ମଇ ୧୫ରେ ମା ତାରାତାରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଏହି ଅବସରରେ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଏଭଳି ଶୁଭଖୁଣ୍ଟି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଛି । ମନ୍ଦିରର ସେବାୟତ, ପରିଚାଳନା କମିଟି ଏବଂ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତିରେ ଏହି କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୦୪ରେ ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା ମାଆଙ୍କ ମନ୍ଦିରର ନବ କଳେବର କାର୍ଯ୍ୟ ।

ସେପଟେ ଦୀର୍ଘ ୧୮ ବର୍ଷ ଧରି ମନ୍ଦିର କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିର ପ୍ରତିଷ୍ଠା ତଥା ସଂସ୍କାର କରିବା ଲାଗି ମଇ ମାସ ୧୫ରୁ ୨୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପ୍ରସ୍ତାବ ରଖାଯାଇଛି ।

ସେହିଭଳି ମାଆଙ୍କ ମନ୍ଦିର ପୁନଃରୁଦ୍ଧାର ଓ ଉନ୍ନତିକରଣ ଲାଗି ୨୦୦୪ ମସିହାରେ ଗଠନ କରାଯାଇ ଥିବା ତାରାତାରିଣୀ ମନ୍ଦିର ଉନ୍ନୟନ ପରିଷଦ ମାଧ୍ୟମରେ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ କାରଣରୁ ମନ୍ଦିର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ଦୀର୍ଘ ୧୮ ବର୍ଷ ପରେ ମନ୍ଦିର କାର୍ଯ୍ୟ ଶେଷ ହୋଇଛି । ଏଥିଲାଗି ମନ୍ଦିର ପ୍ରତିଷ୍ଠା କରିବା ଲାଗି ମନ୍ଦିର ସେବାୟତ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ ହୋଇଥିଲା ।

ଅନ୍ୟପଟେ ମନ୍ଦିର ନୀତିକାନ୍ତି ମନ୍ଦିର ସେବାୟତଙ୍କ ଦ୍ୱାରା ହେବାକୁ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପ୍ରତିଷ୍ଠା ଉତ୍ସବ ଶେଷ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାମଯଜ୍ଞ, ଘ୍ରୃତଯଜ୍ଞ, ଅନ୍ନଯଜ୍ଞ ଆୟୋଜନ କରାଯିବା ସହ ବହୁ ବ୍ରାହ୍ମଣ ଓ ପଣ୍ଡିତମାନେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details