ଭଞ୍ଜନଗର: କୋରୋନା ଟିକାକୁ ନେଇ ଏବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟିକାକେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଛି । ତେବେ ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୋଲସରାର ରାଣିପଡା ଟିକା କେନ୍ଦ୍ରରେ ମଧ୍ୟ ଲୋକଙ୍କ ଗହଳି ଲୋକ ଲୋଚନକୁ ଆସିଥିଲା । ତଥାପି ଭିଡକୁ ରୋକିବାରେ ବିଫଳ ହୋଇଥିଲା ପ୍ରଶାସନ ।
ଟିକା କେନ୍ଦ୍ରରେ ଦଳାଚକଟା: ଜଣେ ବୃଦ୍ଧା ଆହତ ଅଭିଯୋଗ - ganjam vaccine center issue
ଟିକା କେନ୍ଦ୍ରରେ ଦଳାଚକଟା ହୋଇ ଗଞ୍ଜାମ ଜିଲ୍ଲାର ଲକ୍ଷ୍ମଣପାଲି ଗ୍ରାମର ଭାନୁମତି ସାହୁ ନାମକ ଜଣେ ବୃଦ୍ଧା ମହିଳା ଗୁରୁତର ହୋଇଥିବାବେଳେ ପଞ୍ଜରା ହାଡ ଭାଙ୍ଗି ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...
ଟିକା କେନ୍ଦ୍ରରେ ଦଳାଚକଟା: ଜଣେ ବୃଦ୍ଧା ଆହତ ଅଭିଯୋଗ
ଟିକା କେନ୍ଦ୍ରରେ ଦଳାଚକଟା: ଜଣେ ବୃଦ୍ଧା ଆହତ ଅଭିଯୋଗ
ହେଲେ ଏହାରି ଭିତରେ ପୁଣି ଗତକାଲି ସେହି ଟିକା କେନ୍ଦ୍ରରେ ଦଳାଚକଟା ହୋଇ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ ନାମକ ଜଣେ ବୃଦ୍ଧା ମହିଳା ଗୁରୁତର ହୋଇଥିବାବେଳେ ପଞ୍ଜରା ହାଡ ଭାଙ୍ଗି ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏମିତି କି ପୋଲିସ ପ୍ରଶାସନ ଯଦି ଟିକାକେନ୍ଦ୍ରରେ ଉପସ୍ଥିତ ରହି ତଦାରଖ କରିଥାନ୍ତା, ତେବେ ଏହି ଘଟଣା ଘଟି ନଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ