ଓଡିଶା

odisha

ETV Bharat / state

ବାଇକରେ ଆସି ଝାମ୍ପି ନେଲେ ଦୁଇ ଲକ୍ଷ - Loot in Berhampur

ଲୁଟେରାଙ୍କ କବଜାରେ ରାଜ୍ୟବାସୀ । ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ୧୬ ନଂ ଜାତୀୟ ରାଜପଥରେ ଦୁଇ ବ୍ୟବସାୟୀଙ୍କଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଝାମ୍ପି ନେଲେ ଦୁଇ ଲକ୍ଷ
ଝାମ୍ପି ନେଲେ ଦୁଇ ଲକ୍ଷ

By

Published : Jan 21, 2021, 10:41 AM IST

ବ୍ରହ୍ମପୁର: ଲୁଟେରାଙ୍କ କବଜାରେ ରାଜ୍ୟବାସୀ । ଆଖି ପିଛୁଳାକେ ଲୁଟି ନେଲେ ଦୁଇ ଲକ୍ଷ ଟଙ୍କା । ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ୧୬ ନଂ ଜାତୀୟ ରାଜପଥରେ ଦୁଇ ବ୍ୟବସାୟୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଗୁରୁତର ବ୍ୟବସାୟୀ ଶ୍ରୀନିବାସ ରାଓ

ସୂଚନାଅନୁସାରେ, ବୁଧବାର ରାତ୍ର ସମୟରେ ଆନ୍ଧ୍ରପ୍ରଦେଶର ପାଲାସାର ଦୁଇ ବ୍ୟବସାୟୀ ଶ୍ରୀନିବାସ ରାଓ(୪୨) ଓ ପି.ସୁରେଶ(୫୦) ମୋଟରସାଇକେଲ (ଏପି ୩୯ ସିଏସ ୩୨୦୪)ରେ ବ୍ରହ୍ମପୁରରୁ ବ୍ୟବସାୟ କାମ ଶେଷ କରି ଫେରୁଥିଲେ । ଗୋଳନ୍ଥରା ଥାନା 16 ନମ୍ବର ଜାତୀୟ ରାଜପଥରେ ପଛ ପଟୁ ଏକ କଳା ରଙ୍ଗର ପଲସରରେ ଦୁଇଜଣ ଯୁବକ ଅଚାନକ ପହଞ୍ଚି ଥିଲେ । ଦୁଇ ବ୍ୟବସାୟୀ ଧରିଥିବା ବ୍ୟାଗ ଯେଉଁଥିରେ ୨ ଲକ୍ଷ ଟଙ୍କା ରହିଥିଲା, ତାହାକୁ ଝାମ୍ପି ନେଇଥିଲେ। ଫଳରେ ମୋଟର ସାଇକେଲରେ ବସିଥିବା ଶ୍ରୀନିବାସ ଏବଂ ସୁରେଶ ରାସ୍ତାରେ କଚାଡି ହୋଇ ପଡ଼ିଯାଇଥିଲେ । ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି ।

ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ଉଭୟ ଆହତଙ୍କ ମଧ୍ୟରୁ ଶ୍ରୀନିବାସଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଜାତୀୟ ରାଜପଥ କଡ଼ରେ ରହିଥିବା ବିଭିନ୍ନ ଅନୁଷ୍ଠାନରେ‌ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ଜଣାପଡିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details