ଓଡିଶା

odisha

ETV Bharat / state

ଗଞ୍ଜାମରେ ଲକଡାଉନ ନିୟମ କଡାକଡି ପାଇଁ ପରିକ୍ରମା କରିବ ୫୨ ମୋବାଇଲ୍ ପାର୍ଟି - ଗଞ୍ଜାମରେ ଲକଡାଉନ ନିୟମ

ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ ନିୟମକୁ କଡାକଡି କରାଯିବା ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ୫୨ ମୋବାଇଲ୍ ପାର୍ଟି ସହିତ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ସମସ୍ତ ଟିମ ଏହାକୁ ତଦାରଖ କରିବେ । ଅଧିକ ପଢନ୍ତୁ...

ଗଞ୍ଜାମରେ ଲକଡାଉନ ନିୟମ କଡାକଡି ପାଇଁ ପରିକ୍ରମା କରିବ ୫୨ ମୋବାଇଲ୍ ପାର୍ଟି
ଗଞ୍ଜାମରେ ଲକଡାଉନ ନିୟମ କଡାକଡି ପାଇଁ ପରିକ୍ରମା କରିବ ୫୨ ମୋବାଇଲ୍ ପାର୍ଟି

By

Published : Jun 14, 2020, 7:44 PM IST

ବ୍ରହ୍ମପୁର: ଆଗାମୀ ଜୁନ ୩୦ ଯାଏଁ ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ ନିୟମକୁ କଡାକଡି କରାଯିବା ନେଇ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହାସହ ଦୈନିକ ୧୮ ଘଣ୍ଟିଆ ସଟଡାଉନ ମଧ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ କଡାକଡି ଭାବରେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ।

ଗଞ୍ଜାମରେ ଲକଡାଉନ ନିୟମ କଡାକଡି ପାଇଁ ପରିକ୍ରମା କରିବ ୫୨ ମୋବାଇଲ୍ ପାର୍ଟି

ବର୍ତ୍ତମାନର ସମୟରେ ବହୁ ବ୍ୟକ୍ତି ସାମାଜିକ ଦୂରତାକୁ ମାନୁ ନଥିବାବେଳେ ମାସ୍କ ପରିଧାନ ଏବଂ ହାତ ଧୋଇବାର ସମସ୍ତ କାର୍ଯ୍ୟ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ । ସେହିପରି ମୋଟର ସାଇକେଲର କୌଣସି ଆବଶ୍ୟକତା ନଥାଇ ଅନ୍ୟାବଶ୍ୟକ ବ୍ୟବହାର କରିବା ଉପରେ ନଜର ରଖାଯିବା ସହ କୋଭିଡ ଠାରୁ ସମସ୍ତଙ୍କୁ ଯେପରି ଦୂରେଇ ରଖାଯିବ ଏନେଇ ପଦକ୍ଷେପ ନିଆଯିବାକୁ କୁହାଯାଇଛି । ସେହିପରି ମାସ୍କ ପରିଧାନ ନକଲେ ଏଥିପାଇଁ ୫୦୦ ଶହ ଜୋରିମାନା ଗଣିବାକୁ ପଡିବ ।

ଗଞ୍ଜାମର ଦୁଇ ଜଣ ପୋଲିସ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସରକାରଙ୍କ ଏସଓପି ଅନୁଯାୟୀ ସେମାନଙ୍କ କଣ୍ଟାକ୍ଟ ଟେସିଂ ଜାରି ରହିଛି । ତେବେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲକଡାଉନ ନିୟମକୁ କଡାକଡି କରାଯିବ । ଏଥିପାଇଁ ଜିଲ୍ଲାରେ ମୋଟ ୫୨ ମୋବାଇଲ୍ ପାର୍ଟି ସହିତ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ସମସ୍ତ ଟିମ ଏହାକୁ ଅନୁଧ୍ୟାନ କରିବେ ବୋଲି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details