ଓଡିଶା

odisha

ETV Bharat / state

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ଶିବିରରେ ୧୪ ସମିତିସଭ୍ୟ, ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ - ବିପିନ ଶିବିରରେ ୧୪ ସମିତିସଭ୍ୟ

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନେଇ ହାଇଡ୍ରାମା ଦୀର୍ଘ ଦିନରୁ ଜାରି ରହିଛି । ଏହାରି ଭିତରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ବ୍ଲକ ଅଧ୍ୟକ୍ଷ ନିର୍ବାଚନ କରାଇବା ପାଇଁ ଚଳିତମାସର ୪ ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ବିଜେଡିର ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ଶିବିରରେ ଥିବା ୧୪ ସମିତିସଭ୍ୟ/ସଭ୍ୟାଙ୍କୁ ସ୍ଥାନୀୟ ଗ୍ରାମବାସୀ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

1୪ ସମିତିସଭ୍ୟଙ୍କୁ ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ
1୪ ସମିତିସଭ୍ୟଙ୍କୁ ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

By ETV Bharat Odisha Team

Published : Oct 2, 2023, 8:46 PM IST

1୪ ସମିତିସଭ୍ୟଙ୍କୁ ପାଳି କରି ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ବ୍ଲକ ଅଧ୍ୟକ୍ଷ ନିର୍ବାଚନ କରାଇବା ପାଇଁ ଚଳିତମାସର ୪ ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ନେଇ ଦିଗପହଣ୍ଡିରେ ରାଜନୈତିକ ସରଗରମ ଲାଗିରହିଛି । ଗତ ପଞ୍ଚାୟତ ନିର୍ବାଚନ ପରେ ନିର୍ବାଚିତ ହୋଇଥିବା ବ୍ଲକ ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ ପରେ ଏହି ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାକାର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ରାଜନୀତିରେ ନିଷ୍କ୍ରିୟତା ପରେ ଏଠାରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି ।

ବ୍ଲକର ୧୪ଟି ପଞ୍ଚାୟତର ସମିତିସଭ୍ୟ ଏକତ୍ରିତ ହୋଇ ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଦଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ବିପିନି ପ୍ରଧାନଙ୍କ ଶିବିରରେ ରହିଛନ୍ତି । ସେପଟେ ଅବଶିଷ୍ଟ ୧୦ ସମିତିସଭ୍ୟ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କ ପାଖରେ ରହିଥିବା କୁହାଯାଉଛି । ଗତ ଅଗଷ୍ଟ ୩୧ ତାରିଖରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଧାର୍ଯ୍ୟ କରିଥିଲେ । ସେହି ସମୟରେ କିଛି ସମିତିସଭ୍ୟ ନିଖୋଜ ରହିଥିବା ଦର୍ଶାଯାଇ ନିର୍ବାଚନକୁ ବନ୍ଦ କରାଯାଇଥିଲା । ହେଲେ ଏହାକୁ ନେଇ ନିଖୋଜ ଅଭିଯୋଗ ହୋଇଥିବା ଖୋଦ୍ ସମିତିସଭ୍ୟଙ୍କ ପ୍ରତିକ୍ରିୟା ଆସିବା ପରେ ଏବଂ ବିପିନିଙ୍କ ଶିବିରର ସମିତିସଭ୍ୟମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାପରେ ପୁନର୍ବାର ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ହାଇଡ୍ରାମା ପରେ ବିିଜେଡିରୁ ବିଦା ହେଲେ ବିପିନ, କହିଲେ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସବୁ ଜଣାଇବୁ

ସେପଟେ ୧୪ ଜଣ ସମିତିସଭ୍ୟ କୌଣସି ସ୍ଥାନକୁ ନଯାଇ ଦିଗପହଣ୍ଡି ବ୍ଲକର ବମକେଇ ଗ୍ରାମରେ ନିର୍ବାଚନ ବାତିଲ ହେବା ପରଠାରୁ ଏକତ୍ରିତ ରହୁଥିବା ଜଣାପଡ଼ିଛି । ଏହି ୧୪ ଜଣ ସମିତିସଭ୍ୟ/ସଭ୍ୟା ବିଜେଡିର ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ଶିବିରର ବୋଲି ଜଣାପଡି଼ଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିପିନଙ୍କ ଗୋଷ୍ଠୀର ଏହି ସମିତିସଭ୍ୟ/ସଭ୍ୟାମାନେ ଯେଉଁ ଘରେ ରହୁଛନ୍ତି, ସେହି ଘର ସମ୍ମୁଖରେ ସେହି ଅଞ୍ଚଳର ଜନସାଧାରଣ ଆସି ପାଳି କରି ସୁରକ୍ଷା ଦେଉଥିବା ଦେଖାଯାଇଛି ।

ପୂର୍ବରୁ ଏହି ସମିତିସଭ୍ୟ/ସଭ୍ୟାମାନେ ରାଜ୍ୟ ବାହାରକୁ ଯାଇ ରହିଥିବା ସମୟରେ ସେମାନଙ୍କୁ କେତେକ ଅସାମାଜିକ ବ୍ୟକ୍ତିମାନେ ଟଣାଓଟରା କରିଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏଥର ଆଉ କେହି ବାହାରକୁ ନଯାଇ ନିଜ ଅଞ୍ଚଳରେ ହିଁ ରହିବାକୁ ଶ୍ରେୟସ୍କର ବୋଲି ମନେ କରିଥିଲେ । ତେବେ ଆଗାମୀ ୪ ତାରିଖରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ତାରିଖରେ ହିଁ ନିର୍ବାଚନ କରାଇବା ସହିତ ଏଥିପାଇଁ ଗୋଟିଏ ସ୍ଥାନରେ ରହିଥିବା ୧୪ ସଭ୍ୟ/ସଭ୍ୟାଙ୍କୁ ସୁରକ୍ଷିତ ଭାବେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଇବାକୁ ଇଟିଭି ଭାରତ ସମ୍ମୁଖରେ ଅନୁରୋଧ କରିଛନ୍ତି ସମସ୍ତ ସଭ୍ୟ/ସଭ୍ୟା । ସେମାନଙ୍କୁ ସୁରକ୍ଷା ଦେବାପାଇଁ ହୋଇ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ରହିଥିବା ବିଭିନ୍ନ ପଞ୍ଚାୟତର ଗ୍ରାମବାସୀମାନଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ..

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details