ଓଡିଶା

odisha

By

Published : Apr 5, 2022, 8:25 PM IST

ETV Bharat / state

ROAD ACCIDENT: ଲୁନାକୁ ଧକ୍କା ଦେଲା ପିକଅପ, ଗୋଟିଏ ପରିବାରର ୪ ମୃତ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁର ଛକ ନିକଟରେ ବଡ ଧରଣର ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ROAD ACCIDENT: ଲୁନାକୁ ଧକ୍କା ଦେଲା ପିକଅପ, ଗୋଟିଏ ପରିବାରର ୪ ଜଣ ମୃତ
ROAD ACCIDENT: ଲୁନାକୁ ଧକ୍କା ଦେଲା ପିକଅପ, ଗୋଟିଏ ପରିବାରର ୪ ଜଣ ମୃତ

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁର ଛକ ନିକଟରେ ଲୁନାକୁ ଧକ୍କା ଦେଲା ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସେପଟେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସୃଷ୍ଟି ହେବା ପରେ ପୋଲିସ ଓ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି ।

ROAD ACCIDENT: ଲୁନାକୁ ଧକ୍କା ଦେଲା ପିକଅପ, ଗୋଟିଏ ପରିବାରର ୪ ଜଣ ମୃତ

ମୁନିଗାଡ଼ି ଗ୍ରାମର ଜୟରାମ ନାୟକ ନିଜ ପିଲାମାନଙ୍କୁ ନେଇ ଗାଙ୍ଗପୁର ଲୁଗା କିଣିବାକୁ ଆସିଥିଲେ କାମଶାରି ନିଜ ଗ୍ରାମ ମୁନିଗାଡ଼ିକୁ ଲୁନାରେ ଫେରୁଥିବା ବେଳେ ଇନ୍ଧନପୁର ଗ୍ରାମ ଠାରେ ପିକଅପ ଗାଡି ସହ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଜୟରାମଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଝିଅ ଏବଂ ନାତି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ପଠାଯାଇଥିଲା । ସେଠାରେ ଦୁଇ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସେପଟେ ନାତିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ତାର ମୃତ୍ୟୁ ଘଟିଛି । ସମୁଦାୟ ଚାରି ଜଣଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହା ଜଣାପଡିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ଫଳରେ ବ୍ରହ୍ମପୁର ଭଞ୍ଜନଗର ଗାଡି ଚଳାଚଳ ଠପ ହୋଇଯିବା ପରେ ଖବର ପାଇ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details