ବ୍ରହ୍ମପୁର: ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ବହୁ ପରିମାଣର ଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ହେଉଥିବା ପୋଚ ସାମଗ୍ରୀକୁ ନଷ୍ଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।
ଦେଶୀମଦ ଆଡ୍ଡାରେ ଅବକାରୀ ବିଭାଗର ଚଢାଉ, 160ଲିଟର ମଦ ଜବତ - Ganjam news
ଗଞ୍ଜାମ ଜିଲ୍ଲାରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ବହୁ ପରିମାଣର ଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ କଲା ପୋଲିସ ।
ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ଟି.ଗୋବିନ୍ଦପୁର ପଞ୍ଚାୟତର ଲଖରୀ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିଲା । ସୂଚନା ପାଇ ଅବକାରୀ ବିଭାଗର ଉପ ଅଧୀକ୍ଷକ ଅଜିତ କୁମାର ମହାପାତ୍ରଙ୍କ ସମେତ ବ୍ରହ୍ମପୁର ମୋବାଇଲ ଟିମ, ଚିକିଟି, ଦିଗପହଣ୍ଡି ସମେତ ପୋଲିସ ଟିମ୍ ମିଳିତ ଭାବରେଏହି ଚଢାଉ କରିଥିଲା । ଘଟଣାସ୍ଥଳରୁ ୪୧ ଟି ପ୍ଲାଷ୍ଟିକ ଡ୍ରମ , ଚାରୋଟି ରସରେ ଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ରହିଥିବା ପ୍ରାୟ ୨୨୫୦ କିଲୋଗ୍ରାମର ଗୁଡ ଓ ମହୁଲ ମିଶ୍ରିତ ସାମଗ୍ରୀକୁ ନଷ୍ଟ କରାଯାଇଥିବା ବେଳେ ୧୬୦ ଲିଟର ଦେଶୀ ମଦକୁ ଜବତ କରାଯାଇଛି । ଗତ କିଛି ଦିନ ଧରି ଅବକାରୀ ବିଭାଗ ପକ୍ଷରୁ ଏଭଳି ଦେଶୀ ମଦ ପ୍ରସ୍ତୁତ ଆଡ୍ଡା ଉପରେ ଚଢାଉ କରାଯାଇ ମଦ ଜବତ କରାଯିବା ସହ ପୋଚ କୁ ନଷ୍ଟ କରାଯାଉଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ