ଓଡିଶା

odisha

ETV Bharat / state

ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଦୋକାନ ପୋଡିଲେ ଉତ୍ତ୍ୟକ୍ତ ମହିଳା - ମଦ ଦୋକାନ ପୋଡିବା ଘଟଣା

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଯାହାଡା ଗ୍ରାମରେ ଥିବା ଦୋଶୀ ମଦ ଦୋକାନକୁ ପୋଡିଲେ ଗ୍ରାମର ଉତ୍ତ୍ୟକ୍ତ ମହିଳା ।

ପୁଣି ମଦ ବିରୋଧୀ ଆନ୍ଦୋଳନ

By

Published : Nov 7, 2019, 6:45 AM IST

ଗଞ୍ଜାମ: ପୁଣି ମଦ ବିରୋଧରେ ମହିଳାଙ୍କ ରଣ ହୁଙ୍କାର। ଗଞ୍ଜାମ ଧରାକୋଟ ଥାନା ଯାହାଡା ଗାଁରେ ଥିବା ଦେଶୀ ମଦ ଦୋକାନକୁ ପୋଡିଲେ ଗ୍ରାମର ଉତ୍ତ୍ୟକ୍ତ ମହିଳା । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବାବେଳେ ଧରାକୋଟ ପୋଲିସ ଓ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛନ୍ତି ।

ମହିଳାଙ୍କ କହିବାନୁୟାୟୀ, ସ୍ବାମୀମାନେ ଦିନ ରାତି ଏକ କରି ଧନ ଅର୍ଜନ କରୁଛନ୍ତି । ହେଲେ ପରିବାର ପ୍ରତିପୋଷଣ କରିବା ପରିବର୍ତ୍ତେ ମଦ ଦୋକାନୀକୁ ପୋଷୁଛନ୍ତି । ଫଳରେ ପରିବାରରେ ଅଧାଦିନ ଚୁଲି ଜଳୁନାହିଁ । ପ୍ରତ୍ୟକ ଦିନ ଘରେ କଳହ ଲାଗି ରହୁଥିବାବେଳେ ମଦ ପିଇ ଅଧା ବୟସରୁ ଯୁବକମାନଙ୍କର ମୃତ୍ୟୁ ହେଉଛି ।

ପୁଣି ମଦ ବିରୋଧୀ ଆନ୍ଦୋଳନ

ଏନେଇ ଯାହାଡା ଗ୍ରାମର ମହିଳାମାନେ ଗାଁରେ ଥିବା ଦେଶୀ ମଦ ଦୋକାନକୁ ପୋଡିବା ସହିତ ଦେବେନ୍ଦ୍ର ଖଟେଇଙ୍କ ଘରୁ ପ୍ରାୟ 25 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରି ପୋଲିସରେ ଜିମା ଦେଇଥିଲେ। ତେବେ ଗତ ମଙ୍ଗଳବାର ମଧ୍ୟ ମହିଳା ମାନେ ଏକ ମଦ ଦୋକାନ ପୋଡିଥିଲେ । ବାରମ୍ବାର ମଦ ଦୋକାନ ପୋଡିବା ଅବକାରୀ ଓ ପୋଲିସ ବିଭାଗ ନିଷ୍କ୍ରିୟତାକୁ ପଦାରେ ପକାଇଛି ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details